ବେଆଇନ କରତକଳରେ ଚଢ଼ଉ : ଯନ୍ତ୍ରାଂଶ, କାଠ ଜବତ

କୋଲାବିରା: କୋଲାବିରା ଫରେଷ୍ଟ ରେଂଜ ଗୁରୁବାର ସକାଳେ ଯୋଗିଆଡିହି ଗାଁରେ ଚଢ଼ଉ କରାଯାଇ ଏକ ବେଆଇନ କରତକଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଯନ୍ତ୍ରାଂଶ ସହ କାଠ ସାମଗ୍ରୀ ଜବତ କରାଯାଇଛି। ସମ୍ବଲପୁର ଭିଜିଲାନ୍‌ସ ବନ ବିଭାଗର ଏକ ଟିମ ଓ ଝାରସୁଗୁଡ଼ା ବନ ବିଭାଗ ସହାୟତାରେ ଏହି ଚଢ଼ଉ କରାଯାଇଥିଲା। ଗାଁର ବିଷ୍ଣୁଦେବ ପଟେଲଙ୍କ ବେଆଇନ କରତକଳରୁ ଟିକ, ଶାଳ ଆଦି ମୂଲ୍ୟବାନ ଗଛର କାଠ ସହ ଅନ୍ୟାନ୍ୟ ଗଛର ଗଣ୍ଡି ଜବତ କରାଯାଇଛି। ପ୍ରାୟ ୪୦୦ ସିଏଫଟି କାଠ ସହ ୪ ଲକ୍ଷ ମୂଲ୍ୟର ଯନ୍ତ୍ରାଂଶ ଜବତ ହୋଇଛି। ଏନେଇ ବନ ବିଭାଗର ରେଂଜ କାର୍ଯ୍ୟାଳୟରେ ୩ଟି ପୃଥକ ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍‌ସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର