ଝାରସୁଗୁଡ଼ା: ସନ୍ଧ୍ୟାରେ ଝାରସୁଗୁଡ଼ା ବଢ଼େଇମୁଣ୍ଡା ଛକ ନିକଟରେ ଜଣେ ସାଇକଲ ଚାଳକଙ୍କୁ ଏକ ଅଟୋ ପଛରୁ ଧକ୍କା ଦେବାରୁ ସାଇକେଲ ଚାଳକ ଡାଲିମ ସେଠ୍(୩୫) ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଘର ମୁର୍ସିଦାବାଦ ଠାରେ ହୋଇଥିବା ବେଳେ ସେ ଏଠାରେ ରାଜମିସ୍ତ୍ରି କାମ କରନ୍ତି। ଖବର ପାଇ ଦମକଳ ବାହିନୀ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେହିପରି ବାଇପାସ ଛକରେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ସାଇକଲ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ପରିଚୟ ମିଳିନାହିଁ। ସାଇକେଲରେ ଯାଉଥିବା ବେଳେ ପଡ଼ିଥିବା ଏକ ମଲା କୁକୁର ଦେହରେ ସାଇକଲ ଚଢ଼ି ଯିବାରୁ ସେ ତଳେ ପଡ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ଦୁର୍ଘଟଣାରେ ରାଜମିସ୍ତ୍ରି ଗୁରୁତର
/sambad/media/post_attachments/wp-content/uploads/2018/02/ambulance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)