ଝାରସୁଗୁଡ଼ା: ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅବୋଲି ସୁନୀଲ ନରୱଣେ ଗୁରୁବାର ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ବୁଥ୍ ପରିଦର୍ଶନ କରିଛନ୍ତି। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ବୁଥ୍ଗୁଡ଼ିକରେ ଆନୁଷଙ୍ଗିକ ସୁବିଧା ଓ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଜିଲ୍ଲାପାଳ।
ବୁଥ୍ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ଶୌଚାଳୟ ଆଦି କାର୍ଯ୍ୟକ୍ଷମ ଥିବା ନେଇ ସମୀକ୍ଷା କରିବା ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକାର ଠିକ ଅନୁପାଳନ ପୂର୍ବକ ଆସନ୍ତା ନିର୍ବାଚନ ଯେପରି ତ୍ରୁଟିବିହୀନ ଓ ସ୍ବଚ୍ଛତାର ସହ ଅନୁଷ୍ଠିତ ହେବ ସେ ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/46300368-8e75-420c-8105-60e51338e7cc.jpeg)