ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବୁଥ୍ ପରିଦର୍ଶନ କଲେ ଜିଲ୍ଲାପାଳ

ଝାରସୁଗୁଡ଼ା: ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅବୋଲି ସୁନୀଲ ନରୱଣେ ଗୁରୁବାର ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ବୁଥ୍ ପରିଦର୍ଶନ କରିଛନ୍ତି। ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ବୁଥ୍‌ଗୁଡ଼ିକରେ ଆନୁଷଙ୍ଗିକ ସୁବିଧା ଓ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଜିଲ୍ଲାପାଳ।

ବୁଥ୍‌ଗୁଡ଼ିକରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଓ ଶୌଚାଳୟ ଆଦି କାର୍ଯ୍ୟକ୍ଷମ ଥିବା ନେଇ ସମୀକ୍ଷା କରିବା ସହ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକାର ଠିକ ଅନୁପାଳନ ପୂର୍ବକ ଆସନ୍ତା ନିର୍ବାଚନ ଯେପରି ତ୍ରୁଟିବିହୀନ ଓ ସ୍ବଚ୍ଛତାର ସହ ଅନୁଷ୍ଠିତ ହେବ ସେ ଦିଗରେ ଯତ୍ନବାନ ହେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର