ଜମିବାଡ଼ି ବିବାଦ: ଦୁଇ ଭାଇଙ୍କ ମାଡ଼ପିଟ

ବେଲପାହାଡ: ୧୯ ଖଣ୍ଡ ମୋଜା ଅନ୍ତର୍ଗତ ଧୁଲୁଣ୍ଡା ଗ୍ରାମରେ ଦୁଇ ଭାଇଙ୍କ ମଧ୍ୟରେ ଜମିବାଡି ବିବାଦକୁ କେନ୍ଦ୍ର କରି ହାତାହାତି ଓ ମାଡପିଟ ହୋଇଥିବା ଅଭିଯୋଗ ହୋଇଛି। କଣ୍ଢେଇକେଲା ଫାଣ୍ଡି ଅଧିକାରୀ ଜେକେ ଧଳ ଉଭୟଙ୍କ ନାମରେ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ମୃତକ କକାଙ୍କ ଜମିବାଡି ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ପ୍ରେମସାଗର ସୁନା (୬୦) ଓ ହରିଶଂକର ସୁନା (୪୫)ଙ୍କ ମଦ୍ୟରେ ମାଡପିଟ ଯୋଗୁଁ ପୁଲିସ ପ୍ରେମସାଗର ନାମରେ ମାମଲା ନଂ ୩୦/୧୮ ଓ ହରିଶଂକର ନାମରେ ୨୯/୧୮ ଦାୟର କରିଛି। ଏ ସଂପର୍କରେ କାହାରିକୁ ଗିରଫ କରାଯାଇ ନଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର