ଝାରସୁଗୁଡ଼ା/ ସମ୍ବଲପୁର: ଝାରସୁଗୁଡ଼ା ଓ ସମ୍ବଲପୁର ପୁଲିସ୍ର ମିଳିତ ସହଯୋଗରେ ଏସ୍ଟିଏଫ୍ ଏକ ଚଢ଼ଉ କରି ୩ଟି କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କୃପା ସାହୁ, ଆଦିତ୍ୟ ପାତ୍ର ଓ ସୁମିତ କୁମାର ପଟେଲ୍। ଗୁଇନ୍ଦା ସୂତ୍ରରୁ ଖବର ପାଇବା ପରେ ଏସ୍ଟିଏଫ୍ ଏହି ଚଢ଼ାଉ କରିଥିଲା।
ଝାରସୁଗୁଡ଼ା ଜିଲ୍ଲାର କୋଲାବିର ଥାନା ଅଧିନସ୍ଥ ଝାରସୁଗୁଡ଼ା-କୁଚିଣ୍ଡା ରୋଡ୍ର ମାଲିଧି ଛକର ଓ ସମ୍ବଲପୁର ଜିଲ୍ଲାର ଯୁଯୁମରା ଥାନା ଅଧିନସ୍ଥ ପଲସମଲ ଗାଁରେ ଏହି ଚଢ଼ାଉ ହୋଇଥିଲା।
ଚଢ଼ଉ ବେଳେ କଲରାପତରିଆ ବାଘ ଛାଲ ବ୍ୟତୀତ ଆହୁରି ଅନେକ ଅପରାଧୀକ ସାମଗ୍ରୀ ବି ଜବତ ହୋଇଛି। ଆବଶ୍ୟକୀୟ ସଫେଇ ଦେଇ ପାରିନଥିବାରୁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଏବେ ସେମାନଙ୍କୁ ଝାରସୁଗୁଡ଼ାର ଏସ୍ଡିଜିଏମ୍ କୋର୍ଟକୁ ଫରୱାର୍ଡ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/1c12371a-e4ea-42fd-9f4f-366d5eee93b2.jpg)