ଝାରସୁଗୁଡା: ରେଙ୍ଗାଲି ଥାନା ଅନ୍ତର୍ଗତ କନକତୋରା ଗାଁରେ ଭୋରରୁ ଡକାୟତି ହୋଇଛି। ୫ ରୁ୬ ଜଣ ଡକାୟତ କପଡ଼ା ବ୍ୟବସାୟୀ ହୃଦାନନ୍ଦ ବିଶ୍ୱାଳଙ୍କ ଘରେ ପଶି ସୁନା ଗହଣା ଲୁଟ ସହ ମରଣାନ୍ତକ ଆକ୍ରମଣ କରିଥିଲେ। ରେଙ୍ଗାଲି ପୁଲିସର ତଦନ୍ତ ଜାରି ରହିଛି।
ସୂଚନା ଅନୁସାରେ, ଆଜି ଭୋର୍ ପ୍ରାୟ ୪ଟା ସମୟର ଶ୍ରୀ ବିଶ୍ଵାଳଙ୍କ ପରିବାର ଲୋକେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଭିତରେ ପଶି ଲୁଟ କରିବାକୁ ଉଦ୍ୟମ କରିଥିଲେ। ଶ୍ରୀ ବିଶ୍ଵାଳ ଉଠି ପଡ଼ିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରି ସୁନା ଗହଣା ଲୁଟ୍ କରିବା ପରେ ଫେରାର ହୋଇଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/4966fe69-fcb8-4d83-9f96-6f693daba98e.jpeg)