ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଛୋବାହାଲ ରେଲୱେ ଷ୍ଟେସନ ନିକଟରେ ଏମ୍‌ସିଏଲ୍‌ ଡବଲିଂ ଇଲେକ୍ଟ୍ରିଫିକେସନ କାମ ଜାରି ରହିଛି। ତେବେ ଗତ ୨୩ ତାରିଖ ରାତିରେ ୭ ଜଣ ଶ୍ରମିକ କ୍ୟାମ୍ପରେ ଶୋଇଥିବା ବେଳେ ୩-୪ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ବନ୍ଧୁକ ମୁନରେ ସେମାନଙ୍କୁ ଭୟଭୀତ କରିବା ସହ ମାର୍‌ପିଟ୍‌ କରିଥିଲେ।

Advertisment

ଦୁର୍ବୃତ୍ତମାନେ ସେଠାରେ ଥିବା ଗୋଟିଏ ଡ୍ରମ୍‌ ତମ୍ବା ତାର, ପ୍ରାୟ ୭୦ କେଜି ଓଜନର ଖଣ୍ଡ ବିଖଣ୍ଡିତ ତମ୍ବା ତାର ଓ ଶ୍ରମିକଙ୍କ ମୋବାଇଲ୍‌ ଫୋନ୍‌ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ଜିଆର୍‌ପି ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।