ମହାନଦୀ ସୁରକ୍ଷା ସମିତିର ବିକ୍ଷୋଭ:‘ମହାନଦୀ ପ୍ରସଙ୍ଗରେ ଭୋଟର ଜବାବ ଦେବେ’

ଝାରସୁଗୁଡ଼ା: ଗଣତାନ୍ତ୍ରିକ ଲଢ଼େଇର ଅସ୍ତ୍ର ବନ୍ଧୁକ ନୁହେଁ, ବାଲାଟ୍‌ ପେପର୍‌। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଭୂମିକା, ରାଜ୍ୟ ସରକାରଙ୍କ ଭୂମିକା ଓ କଂଗ୍ରେସ ଦଳର ଭୂମିକା କ’ଣ ରହିଛି ତାହା ୨୦୧୯ ନିର୍ବାଚନରେ ସ୍ପଷ୍ଟ ହୋଇଯିବ। ମହାନଦୀ ପାଇଁ ଭୋଟରମାନେ ଜବାବ୍‌ ଦେବେ ବୋଲି କହିଛନ୍ତି ଝାରସୁଗୁଡ଼ା ବିଧାୟକ ନବ ଦାସ। ମହାନଦୀ ସୁରକ୍ଷା ସମିତିର ଉପଦେଷ୍ଟା ତଥା ପ୍ରଦେଶ କଂଗ୍ରେସ କମିଟି କାଯ୍ୟର୍କାରୀ ସଭାପତି ଶ୍ରୀ ଦାସ ମଙ୍ଗଳବାର ମହାନଦୀ ସୁରକ୍ଷା ସମିତି ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାଯ୍ୟର୍ାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭ କାଯ୍ୟର୍କ୍ରମରେ ଉଦବୋଧନ ଦେଇ ଏହା କହିଛନ୍ତି। ଛତିଶଗଡ଼ ବିଜେପି ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ କରି ପାଣି ଅଟକାଇ ରଖିବା ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଭୂମିକାକୁ ସେ ନିନ୍ଦା କରିଥିଲେ।

ପଶ୍ଚିମ ଓଡ଼ିଶା ଜନସାଧାରଣ ତାଙ୍କ ହକ୍‌ ମାଗିବାର ସମୟ ଆସିଛି ବୋଲି କହିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ସବୁ କ୍ଷେତ୍ରରେ ଲଢ଼େଇ ଜାରି ରଖିବାକୁ ଆହ୍ଵାନ ଦେଇଥିଲେ। ସଭାରେ ମହାନଦୀ ସୁରକ୍ଷା ସମିତିର ଆବାହକ ଭାଗବତ ପ୍ରସାଦ ନନ୍ଦ ମହାନଦୀ ସଂଗ୍ରାମ ପାଇଁ ଗାଁ ଗାଁରେ ସଭା କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି କହିଥିଲେ। ଜଗନ୍ନାଥ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବାଦଲ ଦାସ, ଗୋଲକ ବିହାରୀ ମିଶ୍ର, ଭକ୍ତପ୍ରସାଦ ନନ୍ଦ, ଅଶୋକ ବିଶି, ପ୍ରତାପ ବେହେରା, ଅମଜାଦ ବାଦ୍‌ସାହା, କିଶୋର ଦାସ, ଲଇକେରା ବ୍ଲକ ଅଧ୍ୟକ୍ଷା ରୋଜାଲିନ୍‌ ପଟେଲ, ଜିଲ୍ଲା ପରିଷଦ ସଦସ୍ୟା ସ୍ୱର୍ଣ୍ଣମୟୀ ପଟେଲ, ମୋତିଲାଲ ତନ୍ତି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ଗିରିଶ ପଣ୍ଡା ଧନ୍ୟବାଦ ଦେଇଥିଲେ। ମହାନଦୀରେ ନିର୍ମିତ ବେଆଇନ ନିର୍ମାଣକୁ ବନ୍ଦ କରିବା, ଅଣ ମୌସୁମୀ ଋତୁରେ ଯେପରି ମହାନଦୀରେ ଜଳ ସ୍ରୋତ ବୋହିବ ସେ ନେଇ ନିଶ୍ଚିତ କରିବା ଓ ମହାନଦୀ ପ୍ରସଙ୍ଗରେ ଗଠନ ହୋଇଥିବା ନୂଆଁ ଟ୍ରିବୁନାଲ ସଂପର୍କରେ ସ୍ପଷ୍ଟ କରିବାକୁ ଦାବି କରି ରାଜ୍ୟପାଳଙ୍କ ଉଦ୍ଦ୍ୟେରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ପିଣ୍ଟୁ ପାଢ଼ୀ, ବାବୁନ ସରକାର, କିର୍ମିିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ମାନସ ରାୟ, ଶ୍ରୀକାନ୍ତ ମହାନ୍ତି, ଚିରଞ୍ଜିବୀ ପତି, ମଦନ ହାତୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର