ଝାରସୁଗୁଡ଼ା : ଜଣେ ୪ ବର୍ଷର ନାବାଳିକାକୁ ପୋକଡ଼ି ଖାଇବାକୁ ଦେବ କହି ଅପହରଣ କରିନେବା ପରେ ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଅପରାଧରେ ଝାରସୁଗୁଡ଼ା ସ୍ୱତନ୍ତ୍ର ଜଜ୍ ତଥା ଏଡ଼ିଜେ ସୌମେନ୍ଦ୍ର ରାଜଗୁର ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବଡ଼ମାଲ ଥାନା ବୃନ୍ଦାମାଲ ନିକଟ ଭାଗିମାଲ ଗ୍ରାମର ରବିଚନ୍ଦ୍ର ଖରସେଲ ଗତ ୨୪.୭.୧୪ରେ ନାବାଳିକାକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ବେଳେ କିଛି ମହିଳା ତାକୁ ପୁଲିସର ଜିମା ଦେଇଥିଲେ। ଏହି ମାମଲାର ଏଡ଼ିଜେ ଶ୍ରୀ ରାଜଗୁରୁ ୨୭ଟି ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ରବିଚନ୍ଦ୍ରକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଇନଜୀବୀ ସତପାଲ ସିଂହ ମାମଲା ପରିଚାଳନା କରୁଥିଲେ।
ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅପରାଧରେ ୧୦ ବର୍ଷ କାରାଦଣ୍ଡ
/sambad/media/post_attachments/wp-content/uploads/2017/12/jail-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)