ଝାରସୁଗୁଡ଼ା: ନିଶା ନିବାରଣ ‌ବାର୍ତ୍ତା ନେଇ ଗତ ମେ’ ୨୫ ତାରିଖରେ ଝାରସୁଗୁଡ଼ାର ଦୁର୍ଲ୍ଲଗାରୁ ବାହାରିଥିବା ଅଭିରାମ ଶତପଥୀ ଶୁକ୍ରବାର ଭୁଟାନରେ ପହଞ୍ଚିଛନ୍ତି। ହାତରେ ଜାତୀୟ ପତାକା ଧରି ଶ୍ରୀ ଚାଲି ଚାଲି ଭୁଟାନରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚି ଭିଡିଓ ବାର୍ତ୍ତା ଜାରି କରି ନିଶାଠାରୁ ଦୂରେଇ ରହିବାକୁ ତଥା ଚାଲିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଶ୍ରୀ ଶତପଥୀ ଓପିଟିସିଏଲ୍‌ରେ ଚାକିରିରୁ ଅବସର ନେଇଛନ୍ତି। ପୂର୍ବରୁ ସେ ଆଜ୍‌ମାରେ ପୀଡ଼ିତ ଥିଲେ। ଅନେକ ଚିକିତ୍ସା ପରେ ବି ସେ ସୁସ୍ଥ ହୋଇ ପାରିନଥିଲେ। ଓପିଟିସିଏଲ୍‌ରେ ଚାକିରି କରୁଥିବା କାଳରେ ସେ ବଲାଙ୍ଗୀରରେ କିଛି ଦିନ ରହିଥିଲେ। ହେଲେ ବ୍ୟାୟାମରୁ ସେ ସୁସ୍ଥ ହୋଇ ପାରିଥିବା କହିଛନ୍ତି। ଦୌଡ଼ିବା ଓ ବ୍ୟାୟାମ କରି ସେ ସୁସ୍ଥ ହୋଇ ପାରିଥିଲେ। ତେଣୁ ଅନ୍ୟମାନେ ନିଶା ସେବନ ବର୍ଜନ କରିବା ସହ ପ୍ରତିଦିନ ବ୍ୟାୟାମ କରି ସୁସ୍ଥ ରହିବାକୁ ବାର୍ତ୍ତା ପ୍ରଚାର କରୁଛନ୍ତି।