ଇବ୍ଥର୍ମାଲ: ବନହରପାଲି ଥାନା ବିଓସିଏମ ଛକ ଆଗରେ ଥିବା ପେଟ୍ରୋଲ ପମ୍ପ ନିକଟରେ ଯାତ୍ରୀବାହୀ ଦିଲ୍ଖୁସ୍ ବସ୍ (ଓଆର ୦୨ଆର ୭୨୯୭) ଧକ୍କାରେ ଜଣେ ଏମସିଏଲ କର୍ମଚାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ବନ୍ଧବାହାଲ-ବେଲପାହାଡ଼ ରାସ୍ତାରେ ଘଟିଥିବା ଏହି ଦୁର୍ଘଟଣା ନେଇ ପୁଲିସ୍ ବସ୍ ଚାଳକକୁ ଅଟକ ରଖିଛି। ସୂଚନା ଅନୁସାରେ, ଲଖନପୁର ଖୋଲାମୁହଁ ଖଣିରେ ସୋଭେଲ ଅପରେଟର ଭାବେ କାର୍ଯ୍ୟରତ ବନମାଳି ସାହୁ (୩୫) ରାତି ୮ଟାରେ କାମ ସାରି ବାଇକ୍ (ଓଆର ୨୩ଏ ୮୬୧୨)ରେ ବନ୍ଧବାହାଲ ପଟେ ଆସୁଥିଲେ। ଭୁବନେଶ୍ୱର ଯାଉଥିବା ନାଇଟ୍ କୋଚ୍ ସେତେବେଳେ ତାଙ୍କୁ ଧକ୍କା ଦେଇଥିଲା। ଏହାଦ୍ୱାରା ବନମାଳିଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବାଇକ୍ ଭାଙ୍ଗିଯାଇଛି। ବସଟି ଦ୍ରୁତ ଗତିରେ ପଳାଇଥିଲା। ବେଲପାହାଡ଼ ପୁଲିସ ବସଟିକୁ ଅଟକାଇ ଥାନାକୁ ଆଣିଥିଲା। ବନମାଳିଙ୍କ ଶବକୁ ଜାହାଙ୍ଗୀର ଗାନ୍ଧି ହସ୍ପିଟାଲରେ ରଖାଯାଇଛି। ବନ୍ଧବାହାଲ ଫାଣ୍ଡି ଏସଆଇ ଏସକେ ନାଏକ ସେଠାରେ ପହଞ୍ଚି ଶବ ଜବତ କରିଥିବା ଜଣାପଡ଼ିଛି। ଡାକ୍ତରଖାନାରେ ପ୍ରବଳ ଗହଳି ସହ ଉତ୍ତେଜନା ପ୍ରକାଶ ପାଇଛି। ବସଟିକୁ ସୁରକ୍ଷା ଦୃଷ୍ଟିରୁ ବ୍ରଜରାଜନଗର ଥାନାକୁ ନିଆଯାଇଥିବା ଜଣାପଡ଼ିଛି। ବନମାଳି ପିପିଲିମାଲିର ଗିରିଧାରୀ ସାହୁଙ୍କ ପୁଅ। ସେ ୨୦୦୮ରେ ଏମସିଏଲରେ ଚାକିରିରେ ଯୋଗ ଦେଇଥିଲେ। ଗାଁରୁ ଯିବା ଆସିବା କରୁଥିଲେ।
ବସ୍ ଧକ୍କାରେ ଏମ୍ସିଏଲ କର୍ମଚାରୀ ମୃତ
/sambad/media/post_attachments/wp-content/uploads/2018/06/jharsu-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)