ଇବ୍ଥର୍ମାଲ: ଏମ୍ସିଏଲ୍ ଲଖନପୁର କ୍ଷେତ୍ରରେ କାର୍ଯ୍ୟରତ ମଞ୍ଜରୀ ଭୋଇଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମଞ୍ଜରୀ ସୋମବାର ସକାଳୁ ଉଠି ନଥିଲେ। ଡ୍ୟୁଟି ଯିବା ସମୟରେ ପଡ଼ୋଶୀମାନେ କବାଟ ବାଡ଼େଇ ଥିଲେ। ସେ କବାଟ ନ ଖୋଲିବାରୁ ତାଙ୍କର ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କର ଭାଇ ଆସିବା ପରେ କନାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ଶ୍ରୀମତୀ ଭୋଇ ଖଟରେ ଶୋଇଥିବା ବେଳେ ତାଙ୍କ ମୁହଁରୁ ଫେଣ ବାହାରୁ ଥିଲା। ତାଙ୍କୁ ତୁରନ୍ତ ବେଲପାହାଡ଼ସ୍ଥିତ ଟିଆର୍ଏଲ୍ କ୍ରୋସାକି ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବନ୍ଧବାହାଲ ପୁଲିସ ଚିକିତ୍ସାଳୟକୁ ପହଞ୍ଚି ଶବ ଜବତ କରିଥିଲା। ଝାରସୁଗୁଡ଼ା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।
ଏ ନେଇ ବନହରପାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ବନ୍ଧବାହାଲ ଫାଣ୍ଡି ଅଧିକାରୀ ଶରତ ଦ୍ୱିବେଦୀ କହିଲେ ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ସୂଚନା ଯୋଗ୍ୟ ଯେ, ସ୍ୱାମୀଙ୍କ ସହ ମତାନ୍ତର ଯୋଗୁଁ ସେ ଏମ୍ସିଏଲ୍ କ୍ଵାର୍ଟରରେ ଏକାକୀ ରହୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dead-new-indian-express.jpg)
