ମାନସିକ ଅନଗ୍ରସର ଛାତ୍ରୀଙ୍କୁ ମାଡ଼ ନେଇ ସିଡବ୍ଲୁସିରେ ଅଭିଯୋଗ

ଝାରସୁଗୁଡ଼ା/ବ୍ରଜରାଜନଗର: ଝାରସୁଗୁଡ଼ା ଥାନା ଅନ୍ତର୍ଗତ ତାଳପଟିଆ ନୋଡାଲ୍‌ ସ୍କୁଲ୍‌ରେ ଜନୈକା ମାନସିକ ଅନଗ୍ରସର ଛାତ୍ରୀଙ୍କୁ ପାଠ ପଢ଼ୁ ନଥିବା ଦର୍ଶାଇ ଜଣେ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସେ ପିଟିଏ କମିଟିରେ ଅଭିଯୋଗ କରିବା ପରେ କିଛି ଶିକ୍ଷକ ତାଙ୍କ ଝିଅ ପ୍ରତି ଆକ୍ରୋଶମୂଳକ ମନୋଭାବ ପୋଷଣ କରୁଥିବା ଦର୍ଶାଇ ଛାତ୍ରୀଙ୍କ ମା’ ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାପଡ଼ିଛି। ସଂପୃକ୍ତ ଛାତ୍ରୀ ଜଣକ ପ୍ରାୟ ୬୦ ପ୍ରତିଶତ ମାନସିକ ଅନଗ୍ରସର ଥିବା ବେଳେ ଅଭିଯୋଗ ଆଧାରରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ସିଡବ୍ଲୁସି ଅଧ୍ୟକ୍ଷ ଜନ୍ମେଜୟ ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର