ଝାରସୁଗୁଡ଼ା: ଆଜି ଜଣେ ୧୭ ବର୍ଷ ବୟସ୍କା ନାବାଳିକା ଉଦ୍ୟମ କରି ଆତ୍ମହତ୍ୟା ପାଇଁ କରିଥିବାର ଖବର ମିଳିଛି। ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବନ୍ଧବାହାଲ ଅଞ୍ଚଳର ଏହି ନାବାଳିକା ଘର ଛାଡ଼ି ପ୍ରେମିକାଙ୍କ ସହିତ କୁଚିଣ୍ଡା ଆସିଥିଲା। ଏଠାରୁ ବାମରା ଯାଇ ଉତ୍କଳ ଏକ୍ସପ୍ରେସରେ ପଳାଇବାର ଯୋଜନା ରହିଥିଲା। ଶେଷ ମୁହୁର୍ତ୍ତରେ ନାବାଳିକାକୁ ଛାଡ଼ି ପ୍ରେମିକ ପଳାଇ ମୋବାଇଲ ସୁଇଚ୍ ଅଫ୍ କରିଥିଲେ।
ଏଥିରେ ବ୍ୟତିବ୍ୟସ୍ତ ହୋଇ ସଇଡା ପୋଲ ଉପରେ ଚଢ଼ି ଆତ୍ମହତ୍ୟା ପାଇଁ ଉଦ୍ୟମ କରି ପୋଲ ଉପରୁ ତଳକୁ ଖସି ପଡ଼ିଥିଲା ଓ ଗୁରୁତର ହୋଇଥିଲା। ପୁଲିସ ନାବାଳିକା ଝିଅକୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/c548dfd2-8e1f-4200-b6eb-2bf03419ad1f.jpg)