ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ଥାନା ଲଛିପୁର ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ମଙ୍ଗଳବାର ଡୁଙ୍ଗୁରିପାଲି ପୁଲିସ ଅଭିଯୁକ୍ତ କୃପା ଦାଶଙ୍କୁ ଗିରଫ କରିଛି। ବୁଧବାର ୭ ତାରିଖ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଅମରେନ୍ଦ୍ର ଷାଣ୍ଢ କହିଛନ୍ତି।
ନାବାଳିକା ଜଣକ ନିଖୋଜ ଥିବା ନେଇ ଗତ ୨୩ ତାରିଖ ଲଛିପୁର ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଲଛିପୁର ଫାଣ୍ଡି ଅଧିକାରୀ ମହନ ବରିହା ଓ ଡୁଙ୍ଗୁରିପାଲି ପୁଲିସ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ବିରାଟକାନୀ ଗାଁରେ ଚଢ଼ଉ କରି କୃପାଙ୍କୁ ଗିରଫ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ନାବାଳିକାଙ୍କୁ ବୁଧବାର ସୁବର୍ଣ୍ଣପୁର ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଶ୍ରୀ ଷାଣ୍ଢଙ୍କ ସୂଚନା ଦେଇଛନ୍ତି।
ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2018/02/5-yr-old-rape-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)