ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳଷ୍ଟେସନରେ ବୁଲୁଥିବା ଜଣେ ନାବାଳିକାକୁ ଉଦ୍ଧାର କରାଯାଇଛି। ରବିବାର ରାତ୍ର ପ୍ରାୟ ସଢ଼େ ୮ଟାରେ ୧ ନମ୍ବର ପ୍ଲାଟଫର୍ମରେ ଜଣେ ୧୨ ବର୍ଷର ନାବାଳିକା ଦିଗହରା ହୋଇ ବୁଲୁଥିବା ଦେଖି ରେଳ ସୁରକ୍ଷା ବଳର କର୍ମଚାରୀମାନେ ତାକୁ ପଚରାଉଚରା କରିଥିଲେ। ବାପା ଗାଳିଗୁଲଜ କରୁଥିବାରୁ ସେ ଘରୁ ପଳାଇ ଆସିଥିବା ନାବାଳିକାଟି କହିବାରୁ ପୁଲିସ ତାକୁ ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲା। ନାବଳିକାଟି ସୁନ୍ଦରଗଡ଼ ଜିଲ୍ଲା ପରମଡ଼ିହିର ବୋଲି କହୁଥିବା ଜଣାଯାଇଛି। ନାବଳିକାଟିକୁ ଚାଇଲ୍ଡଲାଇନ୍ କେନ୍ଦ୍ରରେ ରଖିଥିବା ବେଳେ ସୋମବାର ସିଡବ୍ଲୁସିରେ ଉପସ୍ଥାପନ କରାଯିବ ବୋଲି ଚାଇଲ୍ଡଲାଇନ ସଂଯୋଜକ ଆଶିଷ ପଣ୍ଡା ଜଣାଇଛନ୍ତି।
ରେଳ ଷ୍ଟେସନରୁ ନାବାଳିକା ଉଦ୍ଧାର
/sambad/media/post_attachments/wp-content/uploads/2019/05/train-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)