ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅଏଁଲାଭଟା ଜଣେ ନାବାଳକ ଛେଳି ଚରାଇବାକୁ ଯାଇଥିବା ସମୟରେ ବର୍ଛାରେ ଭୁସି ହୋଇ ଯାଇଥିବା ଜଣାପଡ଼ିଛି। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥନାନ୍ତରିତ କରା ଯାଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ବେଲପଡା ବ୍ଲକ ଅଏଁଲାଭଟା ଗ୍ରାମର ଜଣେ ନାବାଳକ ଛେଳିମାନଙ୍କୁ ନେଇ ଚରାଇବା ପାଇଁ ଯାଇଥିଲା। ସେଠାରେ ଛେଳିମାନେ ଚରୁଥିବା ବେଳେ ସେ ନିକଟରେ ବସିଥିଲା। ନାବାଳକଟି ନିଦ ହାତରେ ଏକ ଛୋଟିଆ ବର୍ଚ୍ଛା ସଦୃଶ ଏକ ଜିନିଷ ଧରିଥିଲା। ଛେଳି ମାନେ ଚରୁଥିବା ସମୟରେ ତା ପାଖରେ ଡେଇଁ ପଡ଼ିବାରୁ ନାବାଳକ ଧରିଥିବା ବର୍ଚ୍ଛାଟି ପେଟରେ ଭୁସି ହୋଇ ଯାଇଥିବା ଜଣାପଡ଼ିଛି। ଫଳରେ ସେଠାରେ ନାବାଳକ ଗୁରୁତର ହୋଇ ପଡ଼ିଥିଲା। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବେଲପଡ଼ା ସିଏଚସି କୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡ଼ିଛି।
ଛେଳି ଚରାଉଥିବା ସମୟରେ ବର୍ଚ୍ଛାରେ ଭୁସି ହୋଇ ନାବାଳକ ଗୁରୁତର
/sambad/media/post_attachments/wp-content/uploads/2023/01/7331830e-20ad-450e-8103-0f443ee7030d-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)