ବ୍ରଜରାଜନଗର: ଜଣେ ୧୩ ବର୍ଷିଆ ବାଳିକାକୁ ଅସଦାଚରଣ କରିଥିବା ନେଇ ମାମଲାରେ ଝାରସୁଗୁଡ଼ା ସ୍ୱତନ୍ତ୍ର ଜଜ ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ସୌମେନ୍ଦ୍ର ରାଜଗୁରୁ ଅଭିଯୁକ୍ତ ହୃଦାନନ୍ଦ ଜୟପୁରିଆ (୨୬)କୁ ୩ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ୯ ମାସ ଅଧିକ ଜେଲ ଦଣ୍ଡାଦେଶ ଦିଆଯାଇଛି। ଏହି ମାମଲାରେ ୧୦ ଜଣ ସାକ୍ଷୀ ବୟାନ ଦେଇଥିଲେ। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସତପାଲ ସିଂ ମାମଲା ପରିଚାଳନା କରୁଥିଲେ। ୨୦୧୬ ଅକ୍ଟୋବର ୧୫ ତାରିକ ରାତି ୮ଟାରେ କୋଲାବିରା ଥାନା ଜେ ପଣ୍ଡକିମାଲରେ ନାବାଳିକା ନିଜ ଘରେ ଶୋଇଥିବା ବେଳେ ଅଭିଯୁକ୍ତ ଅସଦାଚରଣ କରିଥିଲା। ଏନେଇ ଥାନାରେ ମାମଲା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା।
ବାଳିକାକୁ ଅସଦାଚରଣ, ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ
/sambad/media/post_attachments/wp-content/uploads/2018/02/sex-harasment-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)