ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୟୁଜର୍ସ ଫି’ ଘୋଟାଲା

ଝାରସୁଗୁଡ଼ା,:ଝାରସୁଗୁଡ଼ା ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଅର୍ଥ ଆତ୍ମସାତ ଘଟଣା ପିଛା ଛାଡ଼ୁନାହିଁ । ଜିଲ୍ଲା ଭୂ ଅର୍ଜନ ଅଧିକାରୀ ଙ୍କ କାଯ୍ୟର୍ାଳୟରେ ଜଣେ କର୍ମଚାରୀ କଳାକାର କଂସରାଳି କୋଟିଏ ଟଙ୍କା ଆତ୍ମସାତ କରି ଫେରାର ହୋଇଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ । ଏହା ପରେ ପରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାଯ୍ୟର୍ାଳୟରେ ସାଢ଼େ ଆଠ କୋଟି ଟଙ୍କା ଘୋଟାଲାରେ ତିନିଜଣ ଅଧିକାରୀଙ୍କ ମୁଣ୍ଡ ଗଡ଼ିଥିବା ବେଳେ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୟୁଜର୍ସ ଫି’ ବାବଦରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ନେଇ ବିଭାଗରେ ଛକାପଞ୍ଝା ଲାଗି ରହିଛି ।

ରୋଗୀ ସେବା ବେଳେ ବିଭିନ୍ନ ସେବା ଯୋଗାଇ ଦେବା ବେଳେ ୟୁଜର୍ସ ଫି ଆଦାୟ କରାଯାଇଥାଏ । ଏହି ଟଙ୍କା ଡାକ୍ତରଖାନାର ବିିଭିନ୍ନ ବିକାଶ ମୂଳକ କମରେ ଲଗାଯାଇଥିଏ । ତେବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସଂଗୃହିତ ଲକ୍ଷ ଲକ୍ଷ ଟଙ୍କାର ୟୁଜର୍ସ ଫି ବ୍ୟାଙ୍କରେ ଡ଼ିପୋଜିଟ ନହୋଇ ଜଣେ କର୍ମଚାରୀଙ୍କ ପକେଟ୍‌କୁ ଯାଉଥିବା ସତ୍ୱେ ଆଜି ପଯ୍ୟର୍ନ୍ତ ସମସ୍ତେ ନିରବ ରହିବା ସାଧାରଣରେ ଆଶ୍ଚଯ୍ୟର୍ ସୃଷ୍ଟି କରିଛି । ସଂପୃକ୍ତ କର୍ମଚାରୀଙ୍କ କୋଲାବିରା ଠାରେ ଥିବା ବେଳେ ମଧ୍ୟ ସମାନ ପ୍ରକାର ଘୋଟାଲା ହୋଇଥିବା ଓ ୧୧ ଲକ୍ଷ ଟଙ୍କା ହେରଫେର ହୋଇଥିବା ସ୍ୱତନ୍ତ୍ର ଅଡ଼ିଟ ବେଳେ ଜଣାପଡ଼ିଥିଲା । ମାତ୍ର ଏହି କର୍ମଚାରୀଙ୍କ ପ୍ରତି କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।

ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ୟୁଜର୍ସ ଫିକୁ ନେଇ ଏକ ବଡ଼ ଧରଣର ଘୋଟାଲା ହୋଇଥିବା ବେଳେ ଏହାକୁ ବିଭାଗୀୟ ଅଧିକାରୀ ମାନେ ଲୋକ ଲୋଚନକୁ ଆଣିବାକୁ ଚାହୁଁନଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ସଂଦେହ ଘେରକୁ ଟାଣି ନେଉଛି । ୟୁଜର୍ସ ଫି ଘୋଟାଲ ସଂପର୍କରେ ବହୁ ପୂର୍ବରୁ ଗନ୍ଧ ବାରି ହୋଇ ପଡ଼ିଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇଥିବା ଜଣାଯାଇଛି । ଏହି ଘୋଟାଲା ଯୋଗୁଁ ଏଡ଼ିଏମ୍‌ଓ (ମେଡ଼ିକାଲ) ପଦବୀରେ ସଂପୂର୍ଣ୍ଣ ଦାୟିତ୍ୱ ହସ୍ତାନ୍ତର ହୋଇନଥିବା ଜଣାଯାଇଛି । ଆଗରୁ ଆସିଥିବା ଏକ ଅଡ଼ିଟ୍‌ ଦଳ ମଧ୍ୟ ଏହାକୁ ଅଣଦେଖା କରି ଚାଲି ଯାଇଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ସିଡ଼ିଏମ୍‌ଓ ଡା.ଦମୟନ୍ତୀ ସାହୁଙ୍କୁ ପଚାରିବାରୁ ସେ ୟୁଜର୍ସ ଫି’ରେ ହେରଫେର ହୋଇଥିବା ସ୍ୱୀକାର କରିଥିଲେ ଓ ଅଡ଼ିଟ୍‌ ଚାଲିଥିବା କହିଥିଲେ ।

ସମ୍ବନ୍ଧିତ ଖବର