ଝାରସୁଗୁଡ଼ା: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶନିବାର ଅପରାହ୍ନରେ ମା’-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ବାପ-ଝିଅ ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ରଜରାଜନଗର ଥାନା ଅନ୍ତର୍ଗତ ବଲାଙ୍ଗିବାହାଲ ରାସ୍ତାରେ ଏହି ଦୁର୍ଘଟଣା ଶିକାର ହୋଇଛନ୍ତି ଗୋଟିଏ ପରିବାରର ୪ଜଣ ସଦସ୍ୟ-ସଦସ୍ୟା।
ମିଳିଥିବା ସୂଚନା ଅନୁସାରେ ଲଖନପୁର ଦଳଗାଁ ପଞ୍ଚାୟତ ଅନ୍ତର୍ଗତ ବାସୁପାଲି ଗାଁର ଗୋଟିଏ ପରିବାର ୪ଜଣ ସମ୍ପର୍କୀୟଙ୍କ ଶୁଦ୍ଧିକ୍ରିୟାରେ ଯୋଗ ଦେବା ପାଇଁ ଆଜି ଅପରାହ୍ନରେ ବାଇକରେ ସୁନ୍ଦରଗଡ଼ ବାହାରିଥିଲେ। ସେମାନେ ବଲାଙ୍ଗି ବାହାଲ ରାସ୍ତାରେ ଯାଉଥିବା ବେଳେ ଭୋଇମୁଣ୍ଡା ଆମ୍ବ ବଗିଚା ପାଖରେ ଏକ ଟାଟା ମ୍ୟାଜିକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2018/03/e956afc6-a5e4-48c1-9ba8-70a326f0329f-225x300.jpg)
ସ୍ଥାନୀୟ ଲୋକଙ୍କର ସହାୟତାରେ ବାପ ଓ ଝିଅଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ବାପ-ଝିଅଙ୍କର ଅବସ୍ଥା ଗୁରୁତର ଅଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/JSG.jpg)