ଝାରସୁଗୁଡ଼ା: ସମ୍ବଲପୁର ଜିଲ୍ଲା ଭୂଷଣ କାରଖାନା କ୍ୱାର୍ଟରର ୬ ମହଲା ବାଲକୋନିରୁ ଖସି ପଡ଼ି ଏକ ଦେଢ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଆଜି ସକାଳେ ବାଲକୋନିରେ ଖେଳୁଥିବା ସମୟରେ ଅସାବଧାନତା ଯୋଗୁ ଶିଶୁଟି ୬ ମହଲା ତଳକୁ ଖସି ପଡ଼ିଥିଲ।
ସୂଚନା ପାଇ ବାପା, ମା ଓ ପଡ଼ୋଶୀ ଶିଶୁକୁ ଉଦ୍ଧାର କରି ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁଙ୍କ ବାପା ଭୂଷଣ ଟାଉନସିପ କଲୋନୀର ଗୌରବ କୁମାର ଚାଓଡା ବୋଲି ଜଣାପଡ଼ିଛି। ଏହି ଘଟଣା ପ୍ରଚାରିତ ହେବା ପରେ କଲୋନିରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/jsg.png)