ଝାରସୁଗୁଡ଼ା: ପଛପଟରୁ ଟ୍ରକ୍‌ ଧକ୍କା ଦେବାରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ, ମହିଳା ସମେତ ୨ ଗୁରୁତର

ଝାରୁସୁଗଡ଼ା: ଟାଉନ୍‌ ଥାନା ଅନ୍ତର୍ଗତ ବିଟିଏମ୍‌ ଫାଣ୍ଡି ନିକଟରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁସାରେ ଜାତୀୟ ରାଜପଥ ୪୯ ନମ୍ବରରେ ଏକ ଟ୍ରକ ପଛପଟରୁ ୩ ଜଣ ବାଇକ୍‌ ଆରୋହୀଙ୍କୁ ଶକ୍ତ ଧକ୍କା ଦେଇଛି। ଫଳରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମହିଳା ସମେତ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲ। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଛି। ସେହିଭଳି ଆହତ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଛି ପୁଲିସ। ପୁଲିସ କହିଛି, ମୃତ ବ୍ୟକ୍ତିଙ୍କ ଘର ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର। ଘରକୁ ଫେରୁଥିବା ବେଳେ ଝାରସୁଗୁଡ଼ା ସହର ବାଇପାସ ନିକଟରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ଦୁର୍ଘଟଣା ପରେ ଜାତୀୟ ରାଜପଥ ଉପରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜିତ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପରେ ପୁଲିସ ବୁଝାସୁଝା କରିବା ପରେ ସେମାନେ ରାଜପଥରୁ ଓହରିଥିଲେ।

ସମ୍ବନ୍ଧିତ ଖବର