ବ୍ରଜରାଜନଗର/ପଞ୍ଚଗଁା: ରେଙ୍ଗାଲି ଥାନା ଝାରୁପଡ଼ା ଡିହିପଡ଼ିଆ ପାଖରେ ୪ ଜଣ ଚୋରଙ୍କୁ ପୁଲିସ୍ ଗିରଫ କରିଛି। ସେମାନେ ଅଳଙ୍କାର ସଫା କରିବା ବାହାନାରେ ଠକେଇ କରିଥିବା ଅଭିଯୋଗ ହୋଇଛି। ପଞ୍ଚଗଁାର ଅଶୋକ ପ୍ରଧାନଙ୍କ ଘରେ ସୁନା, ରୁପା, ପିତ୍ତଲ ସାମଗ୍ରୀ ସଫା କରିବା ବାହାନାରେ ସେମାନେ ଠକିବାକୁ ଉଦ୍ୟମ କରିଥିଲେ। ଖବର ପାଇ ରେଙ୍ଗାଲି ଆଇଆଇସି ଗୀତିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ପୁଲିସ୍ ଟିମ ଚଢ଼ଉ କରି ଝାରୁପଡ଼ାରୁ ୪ ଜଣଙ୍କୁ ଗିରଫ କରିଛି। ଏମାନେ ହେଲେ ଏମଡି ଜିଆସ (୩୨), ଏମଡି ମୁସ୍ତକିମ (୩୨), ଏମଡି ଆଜାଦ ଅଲ୍ଲୀ ଓ ପିଙ୍କେଶ ଦାସ। ପୁଲିସ୍ ସେମାନଙ୍କ ନିକଟରୁ ଦୁଇଟି ବାଇକ (ଓଡି୧୭ ୬୫୫୯, ଏମଏଚ ୧୩ବି ୬୭୭୯)କୁ ଜବତ କରିଛି। ଅଭିଯୁକ୍ତମାନେ ବ୍ରଜରାଜନଗର ଟନେଲ ରୋଡ ନିକଟ ଏକ ଭଡାଘରେ ରହୁଥିଲେ। ଏହି ଠକ ଦଳ ଅତାବିରାରେ ମକର ସଂକ୍ରାନ୍ତି ଦିନ ସଫା କରିବା ଅାଳରେ ସୁନାର ଏକ ପଦକ, ରୁପାର ଚେନ ଓ ରୁପାର ପାଉଁଜି ଠକି ନେଇଥିବା ପୁଲିସ୍ କହିଛି। ଦୁଇ ଦିନ ତଳେ ଦୁଇ ଜଣ ଏକ ବାଇକରେ ଅଶୋକ ପ୍ରଧାନଙ୍କ ଘରକୁ ଆସିଥିଲେ। ପରେ ଅନ୍ୟ ଦୁଇ ଜଣ ଏମାନଙ୍କ ସହ ଝାରୁପଡ଼ାରେ ମିଶି ଅନ୍ୟତ୍ର ଯିବାକୁ ବାହାରିଥିଲେ। ଏମାନେ ସମସ୍ତେ ବିହାର ରାଜ୍ୟର ବୋଲି ପୁଲିସ କହିଛି। ସମସ୍ତଙ୍କୁ ମଂଗଳବାର କୋର୍ଟ ଚାଲାଣ କରାଯାଇଛି।
ଅଳଙ୍କାର ସଫା କରିବା ଆଳରେ ଠକେଇ:୪ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/01/city-police-station-1-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)