ଚାରିଛକ: ବୁଧବାର ସକାଳେ ହରଭଙ୍ଗା ବ୍ଲକ ଆଡ଼େଣିଗଡ ଫାଣ୍ଡି ଅଞ୍ଚଳରୁ ପୁରୁଣାକଟକ ପୁଲିସ ଏକ ଗୋରୁ ଚାଲାଣ ଗାଡ଼ିକୁ ଜବତ କରିଛି। ଗାଡ଼ିରୁ ୧୦ଟି ଗୋରୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ପୁରୁଣାକଟକ ଥାନା ତିଲେଶ୍ୱର ଅଞ୍ଚଳରୁ ଏକ ବୋଲେରୋ ପିକ୍ଅପ୍ (ଓଡି୨୫ ଏଫ-୬୨୪୬) ଯୋଗେ ୧୦ଟି ଗୋରୁ କଟକ ଅଞ୍ଚଳକୁ ଚାଲଣ କରାଯାଉଥିଲା। ଏହି ସମୟରେ ଆଡେଣିଗଡ଼ ଫାଣ୍ଡି ଏଏସ୍ଆଇ ଏସ୍. କେ. ସ୍ୱାଇଁ ଏହି ଗାଡ଼ିକୁ ଜବତ କରିବା ସହିତ ପୁରୁଣାକଟକ ଆଇଆଇସିଙ୍କୁ ଖବର କରିଥିଲେ। ପରେ ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ ପହଞ୍ଚି ଗୋରୁ ବୋଝେଇ ଗାଡ଼ିକୁ ଥାନାକୁ ଆଣିଥିଲେ। ପୁଲିସ ଗାଡ଼ିର ଚାଳକ ପବିତ୍ର ମହାକୁଡ଼(୨୪)ଙ୍କ ସମେତ ୨ ଗୋରୁ ବେପାରୀ ବିପିନ ମଲ୍ଲିକ(୪୫) ଏବଂ କାଳିଆ ନାଏକ(୩୫)ଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଦୁଇ ବେପାରୀଙ୍କ ଘର କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଚଷା ବାରବାଟୀ ହୋଇଥିବା ବେଳେ ଡ୍ରାଇଭରଙ୍କ ଘର କାନପୁର ଥାନାର ସୋଲାବନ୍ଧ ବୋଲି ଥାନା ଏଏସ୍ଆଇ ବଳଭଦ୍ର ଗଣ୍ଡା ସୂଚନା ଦେଇଛନ୍ତି। ଏଥି ସହିତ ଗାଡ଼ିରେ ବୋଝେଇ ହୋଇଥିବା ୩ଟି ଗାଈ ୭ଟି ଅଣ୍ଡିରା ବାଛୁରୀକୁ ଉଦ୍ଧାର କରାଯାଇଛି। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।
ଚାଲାଣ ବେଳେ ପିକ୍ଅପ୍ ଜବତ:୧୦ ଗୋରୁ ଉଦ୍ଧାର, ୩ ଗିରଫ
/sambad/media/post_attachments/wp-content/uploads/2018/06/jhar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)