ଲଇକେରା: ଲଇକେରା ଥାନା ବାବୁଛିପିଡିହି ପଞ୍ଚାୟତ ହୁଡୁକୁଡ଼ିହି - ବାବୁଛିପିଡ଼ିହି ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ ସୋମବାର ବିଳମ୍ବିତ ରାତିରେ ତାସ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ ମାଡି ବସିଲା ଲଇକେରା ପୁଲିସ। ସୋମବାର ବିଳମ୍ବିତ ରାତ୍ରରେ ଲଇକେରା ଥାନା ଅଧିକାରୀ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ବାବୁଛିପିଡିହି ନିକଟରେ ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ ।
ତାସ ପତିରେ ଖେଳୁଥିବା ୪ ଜଣ ଜୁଆଡିଙ୍କୁ ମାଡିବସିବା ସହିତ ତାଙ୍କ ନିକଟରୁ ୩ ହଜାର ୨୮୦ ଟଙ୍କା ଓ ତିନୋଟି ସେଟ ତାସ ପତି ସହ ୬ ଟି ମୋଟର ସାଇକେଲ ଜବତ କରିଥିଲେ। ଜୁଆଡିମାନେ ହେଲେ କୁଅଁର ମାଲ ଗ୍ରାମର ଈଶ୍ୱର ବାଗ (୩୧) , ବାରଗାଡ଼ ଗ୍ରାମର ବିକ୍ରମ କିସାନ (୨୬) , ସରୋଜ କିସାନ (୨୮), ଦିନେଶ କିସାନ (୨୮) । ଏଥିସହିତ ଓଆର୨୩ଏଫ -୧୫୫୭ ହୋଣ୍ଡା ସ୍ପଲେଣ୍ଡର ବାଇକ , ଓଡ଼ି୧୪ଏ-୪୮୩୬ ହୋଣ୍ଡା ସାଇନ , ଓଡ଼ି୧୫ଏମ - ୫୨୨୧ବଜାଜ ପ୍ଲାଟିନା ବାଇକ , ଓଡ଼ି୨୩-୫୫୮୮ ସ୍ପଲେଣ୍ଡର ପ୍ଲସ , ଓଡ଼ି୨୩କେ- ୪୨୫୯ଟିଭିଏସ ଏକ୍ସ ଏଲ ମୋଫେଡ, ଓଡ଼ି୨୩ଟି-୧୧୭୦ ବୁଲେଟ ସହିତ ତିନି ସେଟ ତାସ ପତି, ଗୋଟିଏ ପ୍ଲାଷ୍ଟିକ ବେନର ଜବତ କରାଯାଇଛି । ଚଢ଼ାଉ ସମୟରେ ପୁଲିସକୁ ଦେଖି ଅନ୍ୟ ଜୁଆଡିମାନେ ଅନ୍ଧାର ରାତିରେ ସୁଯୋଗ ନେଇ ଖସି ପଳାଇଥିଲେ। ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ଥାନା ଅଧିକାରୀଙ୍କ ସହିତ ଲାଇକେରା ଥାନାର ରାତ୍ରିକାଳୀନ ପୁଲିସ ପେଟ୍ରୋଲିଂ ଟିମ ସହଯୋଗ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/12/untitled-2025-08-12-20-11-05.jpg)