ଝାରସୁଗୁଡ଼ା: ସମ୍ବଲପୁର-ଝାରସୁଗୁଡ଼ା ରାଜ୍ୟ ରାଜପଥ ୧୦ର ପ୍ରଶସ୍ତୀକରଣ ଚାଲିଛି। ଝାରସୁଗୁଡ଼ା ନିକଟସ୍ଥ ବଡ଼ମାଲ,ସାହାପଡ଼ା,ସାରସମାଲ, ସରବାହାଲ ବାଇପାସ ନିକଟରେ କେଉଁଠି ରାସ୍ତା ମଝିରେ ଖୋଳାଯାଇଛି ତ ଆଉ କେଉଁଠି ରାସ୍ତା ନିର୍ମାଣ ଅଧାରେ ବନ୍ଦ କରି ବିରାଟ ଗର୍ତ୍ତ ଛାଡ଼ି ଦିଆଯାଇଛି। ଏହି ରାସ୍ତାଟି ବ୍ୟସ୍ତବହୁଳ ରାସ୍ତା ହୋଇଥିବା ବେଳେ ନିର୍ମାଣକାରୀ ସଂସ୍ଥା ଏହି ରାସ୍ତାରେ ବେପରୁଆ ଭାବରେ ମନଇଚ୍ଛା ଖୋଳାଖୋଳି କରି ନିର୍ମାଣ କରୁଥିବା ଅଭିଯୋଗ ହେଉଛି। ନିର୍ମାଣ ସ୍ଥଳରେ ବିଭିନ୍ନ ସଂକେତ ଥାଇ ଫଳକ ଲଗାଇବା ଓ ରାସ୍ତା ସଂପର୍କରେ ସୂଚନା ଦେବାର ନିୟମ ଥିଲେ ମଧ୍ୟ ଏହା କରାଯାଉନାହିଁ। ସୂଚନା ଫଳକ ନଲଗାଇ ରାସ୍ତା କାମ ଚାଲୁଥିବାରୁ ପ୍ରତିଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାତ୍ରି ସମୟରେ ବାଇକ ଚାଳକମାନେ ରାସ୍ତା ମଝିରେ ଥିବା ଖାଲ ଜାଣିନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ବିନା ସିଗନାଲ ଓ ସୂଚନାରେ ରାସ୍ତା କାମ
/sambad/media/post_attachments/wp-content/uploads/2017/12/jharsu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)