ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଅଭୟପୁର ଗାଁରେ ୨୯ ତାରିଖ ରାତିରେ ବଡ଼ ଧରଣର ଡକାୟତି ହୋଇଛି। ଏହି ଗାଁର ବିପିନ ସାହୁଙ୍କ ପରିବାର ଅନୁପସ୍ଥିତ ଥିବାବେଳେ ଡକାୟତ ମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ସହ ନଗଦ ୭୨ ହଜାର ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଓରିଏଣ୍ଟ ପୁଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଡକାୟତମାନେ ଯୋଜନାବଦ୍ଧ ଭାବରେ ସ୍କାଏଲାଇଟ୍ ଭାଙ୍ଗି ଘରେ ପଶିଥିଲେ। ଆଲମିରାରେ ଥିବା ୨ଟି ମଙ୍ଗଳସୂତ୍ର, ଗୋଟିଏ ସୁନାହାର, ଦୁଇଟି ସୁନାମୁଦି, ଦୁଇଟି କାନଫୁଲ ସହ ନଗଦ ୭୨ ହଜାର ଟଙ୍କା ଚୋରି କରି ନେଇଛନ୍ତି। ବିପିନ ଓ ତାଙ୍କ ପରିବାର ଭୁ‌ବନେଶ୍ବରରୁ ଫେରିବା ପରେ ଘଟଣାଟି ଶୁକ୍ରବାର ଲୋକଲୋଚନକୁ ଆସିଛି।

Advertisment