ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୁଲିସ୍କୁ ଗୁରୁବାର ରାତିରେ ମିଳିଛି ଏକ ବଡ଼ ଧରଣର ସଫଳତା। ଏକ ଜୁଆ ଆଡ୍ଶାରେ ଚଢ଼ଉ କରି ୧୦ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେଠାରୁ ୭୫ ହଜାର ଟଙ୍କା, ୫ଟି ବାଇକ୍ ଓ ୨ଟି ମୋବାଇଲ୍ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ବ୍ରଜରାଜନଗର ଗଙ୍ଗାନଗରରେ ଜୁଆ ଖେଳ ଚାଲିଥିବା ସୂଚନା ପାଇଁ ପୁଲିସ୍ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଚଢ଼ଉ କରିଥିଲା। ସେଠାରେ ଜୁଆ ଖେଳୁଥିବା ୧୦ ଜଣଙ୍କୁ ଗିରଫ ସହ ୭୫୧୬୦ ଟଙ୍କା ଓ ଉପରୋକ୍ତ ସାମଗ୍ରୀ ଜବତ କରିଥିଲା। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସୂଚନାଥାଉ କି ସହରର ଗଙ୍ଗାନଗର, ଲମଟିବାହାଲ, ଇବ୍ ପିଟ୍, ଗାନ୍ଧୀ ଛକ ଓ ବାହାଦୁରପଡ଼ା ଅଞ୍ଚଳ ସବୁବେଳେ ଜୁଆ ଖେଳକୁ ନେଇ ଚର୍ଚ୍ଚାରେ ରହି ଆସିଛି। ପୁଲିସ୍ ପକ୍ଷରୁ ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିଲେ ଏଥିରେ ଅଂକୁଶ ଲାଗିବ ବୋଲି ଅଂଚଳବାସୀ କହିଛନ୍ତି। ଚଢ଼ଉରେ ବ୍ରଜରାଜନଗର ପୁଲିସ୍ ଓ ସ୍ପେଶାଲ୍ ସ୍କ୍ଵାଡ୍ ମିଳିତ ଭାବେ ସାମିଲ ହୋଇଥିଲେ।
ଜୁଆ ଆଡ୍ଡାରେ ପୁଲିସ୍ର ଚଢ଼ଉ :୧୦ ଗିରଫ, ୭୫ ହଜାର ଟଙ୍କା ସହ ୫ ବାଇକ୍ ଜବତ
/sambad/media/post_attachments/wp-content/uploads/2018/05/jhar12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)