ଝାରସୁଗୁଡ଼ା ସହରରେ ୭ ଦିନିଆ ସଟଡାଉନ, ଅଗଷ୍ଟ ୩୦ରୁ ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ

ଭୁବନେଶ୍ୱର : ଶିଳ୍ପ ନଗରୀ ଝାରସୁଗୁଡ଼ାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ  କେବଳ ଝାରସୁଗୁଡ଼ା ମୁନିସପାଲିଟି ଅଂଚଳରେ ୭ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏହି ସଟଡାଉନ ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପାଇଁ ସକାଳ ୬ଟାରୁ ୧୧ଟା ଯାଏ ସଟଡାଉନକୁ କୋହଳ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୩ କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ସଂଖ୍ୟା ୪୧୫ ରହିଛି, ଜଣେ ରୋଗୀ ମୃତ୍ୟୁବରଣ କରିଛନ୍ତି ଓ ୬୧୭ ଜଣ ସୁସ୍ଥ ହେଲେଣି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ଏକ ବଡ଼ଭାଗ ଝାରସୁଗୁଡ଼ା ସହରରେ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ସଟଡାଉନ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର

Comments are closed.