ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବରତାପ ଗ୍ରାମରେ ବାପ ବିମ୍ବାଧର ପଟ୍ଟା(୬୫)କୁ ହତ୍ୟା କରିଥିବା ଅଭିଯୋଗରେ ପୁଅ ବିଦ୍ୟାଧର ପଟ୍ଟା(୨୯)କୁ ପୁଲିସ ଗିରଫ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ ପ୍ଲାଷ୍ଟିକ ଟେବୁଲର ଗୋଟିଏ ଗୋଡକୁ ପୁଲିସ ଜବତ କରିଛି। ଘଟଣାଟି ଗତ ମାସ ୩୦ ତାରିଖ ଅପରାହ୍ନ ୨ଟାରେ ଘଟିଛି । ଆଜି ଅଭିଯୁକ୍ତ ବିଦ୍ୟାଧରକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଲଖନପୁର ଆଇଆଇସି ଶୋଭଙ୍କର ସେଟ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡର କାରଣ ପୂର୍ବ ଝଗଡା ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି । ଗତ ୩୦ ତାରିଖ ଅପରାହ୍ନ ୨ଟାରେ ବିମ୍ବାଧର ଘରକୁ ଫେରିବା ପରେ ବିଦ୍ୟାଧରକୁ ଗାଳି ଦେଇଥିଲେ । ଫଳରେ ବିରକ୍ତ ହୋଇ ବିଦ୍ୟାଧର ପ୍ଲାଷ୍ଟିକ ଟେବୁଲର ଗୋଟିଏ ଗୋଡ଼ ବାହାର କରି ବିମ୍ବାଧର ମୁଣ୍ଡରେ ପିଟିଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।
ପୁଲିସ ସୂତ୍ରରୁ ପ୍ରକାଶ ଗତ ୩୦ ତାରିଖ ଦିନ ବିମ୍ବାଧର ଗୁରୁତର ଥିବା ଝାରସୁଗୁଡାରେ ରହୁଥିବା ଝିଅ ସବିତା ବରିହା ଖବର ପାଇଥିଲେ । ଫଳରେ ସେ ଏବଂ ତାଙ୍କ ଭଉଣୀ ବବିତା ଭୋଇ ଓ ଭିଣୋଇ ପବିତ୍ର ଭୋଇ ସହ ସେମାନର ବରତାପ ଗାଁକୁ ଯାଇଥିଲେ। ସେଠାରେ ପହଂଚିବା ପରେ ବିମ୍ବାଧର ପଟ୍ଟାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ । ବାପ ବିମ୍ବାଧର ତଳେ ପଡିଯିବାରୁ ମୃତ୍ୟୁ ଘଟିଥିବା ଭାଇ ବିଦ୍ୟାଧର ସଫେଇ ଦେଇଥିଲେ । ବିଦ୍ୟାଧରର କହିବା ଅନୁସାରେ ବିମ୍ବାଧରଙ୍କ ଶେଷକୃତ୍ୟ ପାଇଁ ନିଜ ଗ୍ରାମ ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଚିଲାଣ୍ଟିଖୋଲ ଗ୍ରାମକୁ ନେଇ ନିଜ ଗ୍ରାମ ମଶାଣିରେ ପୋତିଥିଲେ।
କିନ୍ତୁ ୨ ତାରିଖରେ ଝାରସୁଗୁଡା ଫେରିବା ପରେ ବାପ ବିମ୍ବାଧର ଦୁର୍ଘଟଣା ଜନିତ ନୁହେଁ ବରଂ ପୁଅ ବିଦ୍ୟାଧର ମାଡ଼ ମାରିବା ଫଳରେ ମୃତ୍ୟୁ ହୋଇଥିବା ଶୁଣିବାକୁ ପାଇଥିଲେ । ଝିଅ ସବିତା ଏନେଇ ସେହିଦିନ ରାତିରେ ଥାନାରେ ଅଭିଯୋଗ ଦେଇଥିଲେ ।ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁକରି ଦେବଗଡ଼ ଅତିରିକ୍ତ ତହସିଲଦାର ଓମ ପ୍ରକାଶ ବେହେରାଙ୍କ ଉପସ୍ଥିତରେ ମଶାଣିରେ ପୋତାଯାଇଥିବା ବିମ୍ବାଧରଙ୍କ ଶବ ଜବତ କରିବା ସହ ବ୍ୟବଛେଦ ପରେ ହସ୍ତାନ୍ତର କରିଥିଲା । ପୁଲିସର କହିବା ଅନୁସାରେ ଏକ ମାସ ତଳେ ବାପ ଓ ପୁଅଙ୍କର ଝଗଡାରେ ବିମ୍ବାଧର ଆକ୍ରମଣରେ ବିଦ୍ୟାଧରର ମୁଣ୍ଡ ଫାଟିଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/10/04/new-project-32-2025-10-04-22-21-49.jpg)