ଦିଲ୍ଲୀ, ହାଇଦ୍ରାବାଦ୍ ଏବଂ କୋଲକାତାକୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାଣ କରିବ ସ୍ପାଇସ୍ ଜେଟ୍, ୨୫୬୦ଟଙ୍କାରୁ ଆରମ୍ଭ ଟିକେଟ୍
ଝାରସୁଗୁଡ଼ା : ପୂର୍ବରୁ ମାର୍ଚ୍ଚ ୩୧ ତାରିଖରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ାଣ ଭରିବା ନେଇ ସୂଚନା ମିଳିଥିଲା । ଉଡ଼ାଣ ଆରମ୍ଭ ହେବା ଦ୍ୱାରା ଯାତ୍ରୀମାନେ ୩ଟି ସହରକୁ ଯାତ୍ରା କରି ପାରିବେ । ୩ଟି ସହର ମଧ୍ୟରେ ଦିଲ୍ଲୀ, ହାଇଦ୍ରାବାଦ୍ ଏବଂ କୋଲକାତା ରହିଥିବା ବେଳେ ମାର୍ଚ୍ଚ ୩୧ ତାରିଖ ଅପରାହ୍ନ ୩ଟା ୪୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ବିମାନଟି ମଧ୍ୟାହ୍ନ ୧ଟା ୧୫ମିନିଟ୍ ସମୟରେ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ାଣ ଭରିି ୩ଟା ୧୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବ । ଏହା ପରେ ଅପରାହ୍ନ ୩ଟା ୪୦ମିନିଟ୍ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ଉଡ଼ାଣ ଭରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ସଂନ୍ଧ୍ୟା ୫ଟା ୩୫ମିନିଟ୍ରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବ ବୋଲି ଜଣା ପଡ଼ିଛି । ସେହି ଭଳି ଭାବରେ ପ୍ରତିଦିନ ସ୍ପାଇସ୍ ଜେଟ୍ ବିମାନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଅପରାହ୍ନ ୪ଟା ୧୦ମିନିଟ୍ରେ ଉଡ଼ାଣ ଭରି ହାଇଦ୍ରାବାଦ୍ର ବିମାନ ବନ୍ଦରରେ ସଂନ୍ଧ୍ୟା ୬ଟାରେ ଅବତରଣ କରିବ । ହାଇଦ୍ରାବାଦ୍ ବିମାନ ବନ୍ଦରରୁ ସଂନ୍ଧ୍ୟା ୬ଟା ୩୦ମିନିଟ୍ ସମୟରେ ବିମାନଟି ଉଡ଼ାଣ ଭରି ଝାରସୁଗୁଡ଼ା ବିମାନ ବନ୍ଦରରେ ସଂନ୍ଧ୍ୟା ୮ଟା ୨୦ମିନିଟ୍ରେ ଅବତରଣ କରିବ ସୂଚନା ମିଳିଛି ।
କୋଲକାତାରୁ ସ୍ପାଇସ୍ ଜେଟ୍ ବିମାନ ଦିନ ୨ଟା ୨୫ମିନିଟ୍ରେ ଉଡ଼ାଣ ଭରି ଝାରସୁଗୁଡ଼ା ବିମାନ ବନ୍ଦରରେ ୩ଟା ୫୦ମିନିଟ୍ରେ ଅବତରଣ କରିବ । ସେହି ଭଳି ଭାବରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ସଂନ୍ଧ୍ୟା ୮ଟା ୪୦ମିନିଟ୍ରେ ଉଡ଼ାଣ ଭରି କୋଲକାତା ବିମାନ ବନ୍ଦରରେ ରାତି ୧୦ଟାରେ ଅବତରଣ କରିବ ସ୍ପାଇସ୍ ଜେଟ୍ । ଦିଲ୍ଲୀ ଏବଂ ହାଇଦ୍ରାବାଦ୍କୁ ଯିବା ଆସିବା କରିବା ପାଇଁ ସ୍ପାଇସ୍ ଜେଟ୍ ଟିକେଟ୍ର ଦାମ୍ ୩,୭୦୧ଟଙ୍କା ରହିଥିବା ବେଳେ କୋଲକାତାକୁ ଯିବା ଆସିବା ପାଇଁ ଟିକେଟ୍ ଦାମ୍ ୨,୫୬୦ଟଙ୍କା ରହିଥିବା ଜଣା ପଡ଼ିଛି ।