ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେର ବୋ ଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ଏକ ପ୍ରେସ୍‌ ବିବୃତ୍ତିରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଏହି ବିମାନ ବନ୍ଦରକୁ ଆବଶ୍ୟକ ହେଉଥିବା ଅତିରିକ୍ତ ଜମି ପାଇଁ ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜମି ବାବଦରେ ଦେବା ପାଇଁ ରାଜି ହୋଇଛନ୍ତି। ତେଣୁ ନିକଟରେ ୧୫୫.୩୮ ଏକର ଜମିର ମୂଲ୍ୟ ଏବଂ ୨୦.୫୧ ଏକର ସରକାରୀ ଜମି ମାଗଣା ପ୍ରିମିୟମରେ ଦେବାକୁ ରାଜ୍ୟ ସରକାର ସ୍ଥିତ କରିଥିବା ମନ୍ତ୍ରୀ ଶ୍ରୀ ଦାସ ଜଣାଇଛନ୍ତି।

Advertisment

ଏହି ବିମାନ ବନ୍ଦରରେ ଆବଶ୍ୟକ ଥିବା ଫାୟାର ମ୍ୟାନ୍‌ ପଦବୀ ଖାଲି ଥିବାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁ ବିମାନ ଚଳାଚଳରେ ଅନ୍ତରାୟ ସୃଷ୍ଟି ହୋଇଥିଲା। ତେବେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଏ ନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିବା ପରେ ତୁରନ୍ତ ଏଠାରେ ଆବଶ୍ୟକ ଫାୟାରମ୍ୟାନ୍‌ ନିଯୁକ୍ତି ହୋଇଥିଲେ ଓ ବୋଇଂ ବିମାନ ସେବା ପାଇଁ ବିମାନ ବନ୍ଦର ସକ୍ଷମ ହୋଇଥିଲା। ଏହି ବିମାନ ବନ୍ଦରରେ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟରେ ରାଜ୍ୟ ସରକାର ସହଯୋଗ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସ ଜଣାଇଛନ୍ତି। ଏଥିପାଇଁ ଶ୍ରୀ ଦାସ ପଶ୍ଚିମ ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।