ଝାରସୁଗୁଡ଼ା: କାଳବୈଶାଖୀ ପ୍ରଭାବରେ ସଂଧ୍ୟା ୫ଟାରୁ ଝାରସୁଗୁଡ଼ା ସହର ଆଖପାଖ ସହ ସମସ୍ତ ବ୍ଲକ୍ ଓ ପୌରାଞ୍ଚଳରେ ଝଡ଼ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିଲା। ୨ ଘଣ୍ଟା ଧରି ଏହା ଲାଗି ରହିଥିଲା। ଅନେକ ସ୍ଥାନରେ ଗଛ ଡାଳ ଓ ଗଛ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଚାଳ ଛପର ଉଡ଼ି ଯାଇଛି। ଘଡ଼ଘଡ଼ି ଓ ତୁହାକୁ ତୁହା ବର୍ଷା ଯୋଗୁଁ ସାରା ଜିଲ୍ଲାରେ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଛି। କୌଣସି ସ୍ଥାନରେ ଅଘଟଣ ସୂଚନା ମିଳି ନଥିବା ବେଳେ ବିଦ୍ୟୁତ୍ ସେବା ଜିଲ୍ଲାରେ ଖବର ଲେଖା ହେବା ପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ। ସେହିପରି ବର୍ଷା ପୂର୍ବରୁ ଝାରସୁଗୁଡ଼ା ସହରରେ ଧୂଳିଝଡ଼ ପରିଲକ୍ଷିତ ହୋଇଥିଲା। ବର୍ଷା ଯୋଗୁଁ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ବିଦ୍ୟୁତ୍ ବିଭ୍ରାଟ୍ ଏବଂ ମଶା ଉପଦ୍ରବରେ ଲୋକେ ଅତିଷ୍ଠ ହୋଇ ରହିଛନ୍ତି।
ଝଡ଼ବର୍ଷା ଓ ବିଦ୍ୟୁତ୍ ବିଭ୍ରାଟ
/sambad/media/post_attachments/wp-content/uploads/2018/05/Power-Cut.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)