କନକତୋରା: ରେମତା ପଞ୍ଚାୟତ ସରଧା ଗାଁର ମହିଳାମାନେ କୁଚିଆ ମଦ ବିକ୍ରିି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ପ୍ରାୟ ୮୦ ଜଣ ମହିଳା ଗାଁରେ ଏନେଇ ଏକ ସଭାରେ ଏକତ୍ରିତ ହୋଇ ମଦ ଭାଟି ବିରୋଧରେ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନେ ଗାଁସାରା ମଦ ବିରୋଧୀ ସ୍ଲୋଗାନ ଦେବା ସହ କଣ୍ଢେଇକେଲା ଫାଣ୍ଡିକୁ ଯାଇ ଏକ ଅଭିଯୋଗପତ୍ର ଦେଇଥିଲେ। ମହିଳାମାନେ କହିଛନ୍ତି ଯେ ବେଆଇନ ଭାବେ ଗାଁରେ ମଦ ବିକ୍ରି ଚାଲିଛି। ଏହାଦ୍ୱାରା ଗାଁର ସାମାଜିକ ବାତାବରଣ ନଷ୍ଟ ହେଉଥିବା ସହ ପରିବାର ଅଶାନ୍ତି ସୃଷ୍ଟି ହେଉଛି। ଲୋକଙ୍କ ଜୀବନଜୀବିକାକୁ ମଧ୍ୟ ଏହି ମଦ ଭାଟି ପ୍ରଭାବିତ କରୁଛି। ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।
ସରଧାରେ ମଦ ବିରୋଧୀ ଆନ୍ଦୋଳନ
/sambad/media/post_attachments/wp-content/uploads/2018/01/jharsuguda5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)