ଝାରସୁଗୁଡା: ଆଜି ସକାଳୁ ବଡ଼ମାଳ ଥାନା ଅନ୍ତର୍ଗତ ଏସଏମସି ପ୍ଲାଣ୍ଟ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଛାତ୍ରୀ ହେଉଛନ୍ତି କୁକୁରଜଙ୍ଘା ଗ୍ରାମର ମୌସୁମୀ ବେହେରା(୧୪)। ପ୍ଲାଣ୍ଟର ବେପରୁଆ ମନୋଭାବ ଯୋଗୁ ଅଞ୍ଚଳରେ ଦୁର୍ଘଟଣା ବଢୁଥିବା ଅଞ୍ଚଳବାସୀ ଅଭିଯୋଗ କରି ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି।
ରିପୋର୍ଟ ଲେଖା ହେବା ସୁଦ୍ଧା ପ୍ଲାଣ୍ଟ କର୍ତୃପକ୍ଷ ଆଲୋଚନା ପାଇଁ ଆସିନଥିଲା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅବଶ୍ୟ ସୂଚନାପାଇ ବଡ଼ମାଳ ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/bol-6.jpg)