ବ୍ରଜରାଜନଗର: ଜାତୀୟ ରାଜପଥ ୪୯ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧିଛକରେ ଥିବା ସାଇ କମ୍ୟୁନିକେସନ ମୋବାଇଲ ଦୋକାନରୁ ଚୋରି ପାଇଁ ପଛପଟୁ ସିନ୍ଧି କରୁଥିବା ସମୟରେ ଧରାପଡ଼ିଲା ଜଣେ ଅଭିଯୁକ୍ତ। ଧରାପଡିଥିବା ଅଭିଯୁକ୍ତର ନାମ ମହମ୍ମଦ କବିର ସେକ। ସେ ଝାଡ଼ଖଣ୍ଡ ରାଜ୍ୟ ରାଜମହଲ ସାହେବଗଡ଼ର ବୋଲି ତା ଆଧାର କାର୍ଡରୁ ଜଣା ପଡ଼ିଛି। ତା ସହିତ ଥିବା ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଘଟଣାସ୍ଥଳରେ ସିନ୍ଧି ପାଇଁ ବ୍ୟବହାର କରିଥିବା ଦୁଇଟି ଶାବଳ, ଦୁଇଟି ହାତ ଡ୍ରିଲ ମେସିନ, ଦୁଇଟି ପେଚକଷ ଗୋଟିଏ ପ୍ଲାସ ଆଦି ଛାଡ଼ି ଦେଇଛନ୍ତି। ସେସବୁ ଜିନିଷ ପୁଲିସ ଜବତ କରିଛି।
ଘଟଣାଟି ଗତକାଲି ରାତି ୧ଟାରେ ଘଟିଛି । ଅଭିଯୁକ୍ତ କବିରକୁ ଗାନ୍ଧିଛକ ପୁଲିସ ଗିରଫ କରିଛି। ଗାନ୍ଧିଛକ ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ତ୍ରିନାଥ ମନ୍ଦିର ନିକଟରେ ଥିବା ଚୈତନ୍ୟ ପ୍ରଧାନଙ୍କ ସାଇ କମ୍ୟୁନିକେସନ ମୋବାଇଲ ଦୋକାନରୁ ଚୋରୀ କରିବା ପାଇଁ ଦୋକାନର ପଛପଟେ ସିନ୍ଧି ଖୋଲିଥିଲେ। ଦୋକାନ ଭିତରେ ମାଲିକ ଓ ତାଙ୍କ ସାଥି ଶୋଇଥିଲେ। ସେମାନେ ଜାଣିପାରି ଏସମ୍ପର୍କରେ ତାଙ୍କର ଜଣେ ସାଙ୍ଗକୁ ଫୋନ କରିଥିଲେ। ସାଙ୍ଗ ଜଣଙ୍କ ଗାନ୍ଧିଛକ ଫାଣ୍ଡିରେ ଖବର ଦେଇଥିଲେ। ଗାନ୍ଧିଛକ ଫାଣ୍ଡି ଅଧିକାରୀ ଶଶୀଭୂଷଣ ପୋଢ ପୁଲିସ ଟିମ ସହିତ ଦୋକାନ ପଛ ପଟେ ଚଢ଼ାଉ କରିଥିଲେ। ପୁଲିସ ପହଞ୍ଚିବା ଜାଣିପାରି ସେମାନେ ଫେରାର ହେବାକୁ ଚେଷ୍ଟା କରିଥିଲେ।
/sambad/media/post_attachments/wp-content/uploads/2022/08/f24af1ce-f0f6-45da-b707-155265bd2272.jpg)
ପୁଲିସ ଓ କିଛି ଯୁବକ ସେମାନଙ୍କ ପଛେ ଗୋଡ଼ାଇବା ସହିତ ସେମାନଙ୍କ ମଧ୍ୟରୁ କବିରକୁ ଧରିଥିଲେ। ଅନ୍ୟମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ଏ ସମ୍ପର୍କରେ ସାଇ କମ୍ୟୁନିକେସନ ମାଲିକ ଚୈତନ୍ୟ ପ୍ରଧାନଙ୍କୁ ପଚାରିବାରୁ ଗତ ଦୋକାନ ପଛପଟେ ପୂର୍ବଦିନ ରାତିରେ ସିନ୍ଧି ହୋଇଥିବା ନେଇ ପଡୋଶୀ ଦୋକାନୀ ସୂଚନା ଦେଇଥିଲା। ତେଣୁ ତାଙ୍କ ଦୋକାନକୁ ଚୋରମାନେ ଟାର୍ଗେଟ କରିଥିବା ଆଶଙ୍କା କରି ଗତକାଲି ରାତିରେ ଦୋକାନରେ ଶୋଇଥିଲେ। କାଳେ ସଟର ଟେକିଲେ ଜଣା ପଡିବ ଆଶଙ୍କା କରି ସିନ୍ଧି ଖୋଳୁଥିବା ଜାଣିପାରି ନିଜର ସାଙ୍ଗକୁ ଫୋନ କରିଥିଲେ। ଫଳରେ ଏତେବଡ଼ ଚୋରିକୁ ଅଟକାଇବା ସମ୍ଭବ ହୋଇଥିବା କହିଛନ୍ତି ଚୈତନ୍ୟ। ରାଜପୁର ଅଞ୍ଚଳରେ ଏବେ ବାହାର ରାଜ୍ୟରୁ ବହୁ ଲୋକ ଆସି ରହୁଥିବାରୁ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ରହୁନାହିଁ। ବିଭିନ୍ନ ସମୟରେ ସେମାନେ ଏଠାରେ ରହି ବିଭିନ୍ନ ଅପରାଧିକ କାର୍ଯ୍ୟ କରି ଫେରାର ହେବାରେ ସଫଳ ହେଉଛନ୍ତି। ଧରା ପଡିଥିବା ଅଭିଯୁକ୍ତକୁ ରାଜପୁର ଅଞ୍ଚଳରେ ଲୋକ ଦେଖିଥିବା କହୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/4c2df15f-2e4b-489a-a853-9d44b36292eb.jpg)
