ଝାରସୁଗୁଡ଼ା : ତାଲପଟିଆ ଫାଣ୍ଡି ଆଇଓସିଏଲ୍ ସମ୍ମୁଖରେ ଥିବା ଏକ ଚା’ଦୋକାନରେ କାମ କରୁଥିବା ଜଣେ ଯୁବକ କରନ ସିଂହ(୩୦)ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝାରସୁଗୁଡ଼ା ଆଇଆଇସି ସାବିତ୍ରୀ ବଳଙ୍କ ଠାରୁ ପ୍ରକାଶ ଯେ ଗତ ୧୯ ତାରିଖ ଦିନ ଚା’ଦୋକାନରେ କାମ କରୁଥିବା ଏହି ଯୁବକଙ୍କୁ ପାଖ ଦୋକାନୀ କୌଣସି କାରଣରୁ ମାଡ଼ ମାରି ଗୁରୁତର ଆହତ କରିଥିଲା। ଆହତ ଅବସ୍ଥାରେ କରନକୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏ ସଂପର୍କରେ ୧୯ ତାରିଖରେ କେସ୍ ନମ୍ବର ୫୨ରେ ୩୦୭/୩୪ ଦଫାରେ ଏକ ମାମଲା ରୁଜୁ କରାଯାଇଥିଲା ଓ ଏଥିରେ ମାଲିମୁଣ୍ଡା ବନ୍ଦରପଡ଼ାର ସରୋଜ ଓରଫ୍ ରାଜୁ ସାହୁ, ସୁନ୍ଦରଗଡ଼ ଚାନ୍ଦିଲିର ଅନିଲ ଏକ୍କା ଓ ଢ଼େଙ୍କାନାଳ ଧୋବାବାହାଲିର ଆକାଶ ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆହତ ଯୁବକର ମୃତ୍ୟୁ ହୋବାରୁ ଏହା ହତ୍ୟାକାଣ୍ଡ ମାମଲାରେ ପରିବର୍ତ୍ତନ ହେବ ବୋଲି ଆଇଆଇସି ଶ୍ରୀ ବଳ କହିଛନ୍ତି। ମୃତ ଯୁବକର ପରିଚୟ ଜଣାପଡ଼ି ନଥିବା ପୁଲିସ କହିଛି।
ଚା’ ଦୋକାନରେ କାମ କରୁଥିବା ଯୁବକଙ୍କୁ ହତ୍ୟା, ୩ ଗିରଫ
/sambad/media/post_attachments/wp-content/uploads/2018/01/arre.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)