କୋଲାବିରା: କୋଲାବିରା ଥାନା ଖୁନାପାଲି ଗାଁରେ ବେଆଇନ ସ୍କ୍ରାପ ବ୍ୟବସାୟ ଚାଲିଥିବା ବେଳେ ଏନେଇ ପୁଲିସ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସ୍କ୍ଵାଡ୍ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଛି। ଏହି ଚଢ଼ଉରେ ୯ରୁ ୧୦ ଟନ ଲୁହା ସ୍କ୍ରାପ ଜବତ କରାଯାଇଛି। ଏକ ଟ୍ରକ ଓ ପିକଅପ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ଅଭିଯୋଗରେ ଉଭୟ ଗାଡ଼ିର ଡ୍ରାଇଭର ସହ ମୁଖ୍ୟ ଅଭିଯୁକ୍ତ ଝାରସୁଗୁଡ଼ା ସହରର ମନୋହର ଅଗ୍ରଓ୍ଵାଲଙ୍କୁ ଗିରଫ କରାଯାଇଛି। ଏନେଇ କୋଲାବିରା ଥାନାରେ ଏକ ମାମଲା ରୁଜୁ ହୋଇଛି। ବୁଧବାର ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଅଜୟ ଜେନା ସୂଚନା ଦେଇଛନ୍ତି।
ସ୍କ୍ରାପ ଗାଡ଼ି ସହ ୩ ଗିରଫ
/sambad/media/post_attachments/wp-content/uploads/2018/04/detain-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)