ଝାରସୁଗୁଡ଼ା: ବୁଧବାର ପୂର୍ବାହ୍ନ ସାଢ଼େ ଏଗାରଟା ପରେ ୪୯ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ପିପିଲିପାଲି ଗୌଡ଼ପଡ଼ା ନିକଟରେ ଗୋଟାଏ କୋଇଲା ଟ୍ରକ୍ ଏବଂ ମଟରସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ତିନି ଜଣ ଲୋକଙ୍କର ମୃତ୍ୟୁ ଘଟିଛି।
ମୃତବ୍ୟକ୍ତିମାନେ ଗୋଟିଏ ପରିବାରର। ସେମାନେ ହେଲେ କୋଡ଼ାଲୋଇ ଗ୍ରାମର ୫୫ ବର୍ଷିୟ ବିଶିକେସନ କାଲୋ, ତାଙ୍କ ୫୦ ବର୍ଷୀୟ ପତ୍ନୀ ତପସ୍ୱିନୀ ଓ ୨୫ ବର୍ଷିୟ ପୁତ୍ର ସତ୍ୟାନାରାୟଣ।
ପୁଅ ବିଭାଘର ପାଇଁ ତିନିହେଁ କିଛି ଜିନିଷପତ୍ର ଖରିଦ କରିବା ନିମନ୍ତେ ମଟରସାଇକେଲ୍ରେ ବେଲପାହାଡ଼ ଆସିଥିଲେ। ଘରକୁ ଫେରିବା ବାଟରେ ଟ୍ରକ୍ ଧକ୍କା ଖାଇ ଘଟଣାସ୍ଥଳରେ ହିଁ ତିନିଜଣ ମୃତ୍ୟୁ ବରଣ କରିଛନ୍ତି।
ବେଲପାହଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/belpahar.jpg)