ବେଲପାହାଡ଼: ଲଖନପୁର ବ୍ଲକ୍ କୁ୍ଡ଼ାଲୋଇ ଗାଁରେ ଅପରାହ୍ଣ ୩ଟା ସମୟରେ ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକ ଗୁରୁତର ହୋଇଛନ୍ତି। ବେଲପାହାଡ଼ ପଟୁ ଆସୁଥିବା ଟ୍ରେଲର ସହ ରାୟଗଡ଼ ପଟୁ ଆସୁଥିବା ଟ୍ରକ୍ (ଓଆର ୦୪ଜେ ୦୬୩୩)ର ଧକ୍କା ହୋଇଥିଲା। ଏହାଦ୍ୱାରା ଟ୍ରକ୍ ଭାରସାମ୍ୟ ହରାଇ ମହିମା ଇଣ୍ଡଷ୍ଟ୍ରି ଗେଟ୍ ଭାଙ୍ଗି ଭିତରକୁ ପଶିଥିଲା। ଟ୍ରକ୍ ଡ୍ରାଇଭର ଅରବିନ୍ଦ ସିଂ (୨୬) ଗୁରୁତର ଆହତ ହୋଇଛନ୍ତି। ସେ ରକ୍ତାକ୍ତ ହୋଇଥିଲେ। ମହିମା ଇଣ୍ଡଷ୍ଟ୍ରି ମାଲିକ ବିରଞ୍ଚି ସାହୁ ତାଙ୍କୁ ଝାରସୁଗୁଡ଼ାର ଏକ ନର୍ସଂ ହୋମକୁ ସ୍ଥାନାନ୍ତର କରାଇଥିଲେ। ଟ୍ରେଲର୍ ଡ୍ରାଇଭର ଜଣକ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।
ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
/sambad/media/post_attachments/wp-content/uploads/2018/06/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)