କୋଲାବିରା : କୋଲାବିରା ଥାନା ଅଧୀନ ଜାତୀୟ ରାଜପଥ ୪୯ ପୋଖରାସାହ୍ଲେ ନିକଟରେ ରବିବାର ଅପରାହ୍‌ଣ ପ୍ରାୟ ୩ଟାରେ ଏକ ଟ୍ରକ୍‌ ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ନିକଟସ୍ଥ ଫଡ଼ଙ୍ଗାଡିହି ଗାଁର ବନମାଳୀ କିଷାନ। ପୁଲିସ ସୂଚନା ଅନୁଯାୟୀ ଟ୍ରକ୍‌ ( ଓଆର୍‌-୦୯ଜେ-୫୯୨୮)ଟି ଝାରସୁଗଡ଼ା ପଟରୁ ଆସୁଥିଲା। ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ଟି ବନମାଳୀଙ୍କୁ ପଛପଟୁ ଧକ୍କା ହୋଇଥିଲା।

Advertisment

ଖବର ପାଇ କୋଲାବିରା ଏଏସଆଇ ପି. ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋଲାବିରା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବନମାଳୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବାସିନ୍ଦା ପ୍ରାୟ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବରପାଇ ଏସ୍‌ଡିପିଓ କୈଳାସ ଆଚାର୍ଯ୍ୟ ଓ ବିଡିଓ ବିଜୟ ସଏଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକଙ୍କୁ ଗିରଫ କରବା ସହିତ ଟ୍ରକ୍‌କୁ ଜବତ କରିଛି।