ବ୍ରଜରାଜନଗର: ଏନଏଚ ୪୯ ଓସିଟି ଅଫିସ ନିକଟରେ ଝାରସୁଗୁଡ଼ା ପଟେ ଯାଉଥିବା ଏକ ଟ୍ରକ (ଓଆର ୧୬ସି ୧୧୧୩) ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ସମୟରେ ରାସ୍ତା ଦେଇଯାଉଥିବା ମୁଣ୍ଡାପଡ଼ାର ବାସନ୍ତୀ ଖଡ଼ିଆ (୩୬) ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକମାନେ ମଧ୍ୟାହ୍ନରେ ରାସ୍ତାରୋକ କରିଥିବା ବେଳେ ଓରିଏଣ୍ଟ ଆଇଆଇସି ସାରଂଗଧର ପାଣିଗ୍ରାହୀ ସେମାନଙ୍କ ସହ ଆଲୋଚନା କଲା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ଖୁଣ୍ଟରେ ପିଟିହେଲା ଟ୍ରକ: ଯୁବତୀ ଆହତ, ରାସ୍ତାରୋକ
/sambad/media/post_attachments/wp-content/uploads/2018/11/jhar-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)