ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ନାବାଳିକା ଉତ୍ପୀଡ଼ନ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଝାରସୁଗୁଡ଼ା ସହରରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ନେଇ ବୁଧବାର ଟାଉନ ଥାନାରେ ପୀଡ଼ିତାଙ୍କ ମାଁ ଅଭିଯୋଗ କରିଛନ୍ତି। ୧୫ ଦିନ ତଳେ ସହର ତଳି ଏକ ଅଞ୍ଚଳରେ ସେହି ଅଞ୍ଚଳର ୩ ଜଣ ନାବାଳକ ଜଣେ ନାବାଳିକାକୁ ଡାକି ନେଇ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ନାବାଳିକାଙ୍କ ମା’ ଚାଇଲ୍ଡ ଲାଇନ୍ ସହାୟତାରେ ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ନାବାଳିକାର ବୟାନ ରେକର୍ଡ଼ କରି ସଂପୃକ୍ତ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ନାବାଳିକାର ଡାକ୍ତରୀ ମାଇନା କରାଇଥିବା ଆଇଆଇସି ସାବିତ୍ରୀ ବଳଙ୍କଠାରୁ ପ୍ରକାଶ। ପୀଡ଼ିତା ୧୦ ବର୍ଷର ନାବାଳିକା ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ବେଳେ ଅଭିଯୁକ୍ତ ନାବାଳକମାନେ ଦୁଇ ଜଣ ସପ୍ତମ ଓ ଜଣେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଚାଇଲ୍ଡ ଲାଇନ୍ ସଂଯୋଜକ ଆଶିଷ ପଣ୍ଡା କହିଛନ୍ତି।
ବ୍ରଜରାଜନଗର: ବ୍ରଜରାଜନଗର ଥାନା ଚନ୍ଦନିମାଳ ପଞ୍ଚାୟତର ଏକ ପଡ଼ାରେ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ୧୫ ବର୍ଷିଆ ବାଳିକା ୨ ଦିନ ତଳେ ଏନେଇ ଥାନାରେ ଅଭିଯୋଗ କରିବା ପରେ ସିଡବ୍ଲୁସି ଓ ପୁଲିସ ପକ୍ଷରୁ ତଦନ୍ତ କରାଯାଇଥିଲା। ଏହାପରେ ଅଭିଯୁକ୍ତ ଯୁବକକୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ମାମଲା ତଦନ୍ତାଧୀନ ଥିବାରୁ ପୁଲିସ ଏ ଘଟଣାରେ ଅଧିକ ସୂଚନା ସ୍ପଷ୍ଟ କରିନାହିଁ।
ଗଣଦୁଷ୍କର୍ମ, ୩ ବାଳ ଅଭିଯୁକ୍ତ ଅଟକ: ଭିନ୍ନକ୍ଷମ ବାଳିକାଙ୍କୁ ଦୁର୍ବ୍ୟବହାର, ଯୁବକ ଗିରଫ
/sambad/media/post_attachments/wp-content/uploads/2018/02/orphan-child-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)