ଝାରସୁଗୁଡ଼ା: ଝାରସୁଗୁଡ଼ା ଓ ବଡ଼ମାଲ ଥାନାଞ୍ଚଳରେ ୪ଟି ଚୋରି ଓ ଲୁଟ୍ ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଥିବା ସହ ସାମଗ୍ରୀ ବିକ୍ରୟରେ ସହଯୋଗ ଓ କ୍ରୟ କରିଥିବା ୩ ଜଣଙ୍କୁ ମଧ୍ୟ ଗିରଫ କରିଛି। ଚିଠାଉପଡ଼ା, ବଞ୍ଜାରିର ମିଶ୍ର ଓରାମ ଏବଂ ବଞ୍ଜାରି ଓରାମ ପଡ଼ାର ଶନିଚର ଓରାମ ପୁଲିସ ଦ୍ୱାରା ଗିରଫ ହେବା ପରେ ତାଙ୍କଠାରୁ ୧୧ଟି ମୋବାଇଲ, ୩ଟି ଲାପଟପ୍, ଗୋଟିଏ ପାଓ୍ଵାର ବ୍ୟାଙ୍କ, ୩ଟି ଏକସାଇଡ୍ ବ୍ୟାଟେରି, ଗୋଟିଏ ଟାଟା ବ୍ୟାଟେରି, ୪ଟି ସିଏଟ୍ ଟାୟାର ଓ ଟିଉବ୍, ୩ଟି ଏଲ୍ସିଡ଼ି, ୨ଟି ଏମପ୍ଲିଫାୟାର, ୨ଟି ସାଉଣ୍ଡ୍ ବକ୍ସ୍ ଜବତ କରାଯାଇଛି। ଏହି ଲୁଟେରାଙ୍କ ଚୋରି ସାମଗ୍ରୀ ବିକ୍ରୟ କରିବାରେ ସହଯୋଗ କରିଥିବା ବଞ୍ଜାରି ଗୌଡ଼ପଡ଼ାର ଲମ୍ବୋଦର ଭଇଷା, କାପୁମାଲ ଶିଳ୍ପାଞ୍ଚଳର ବିଶ୍ୱଜିତ ଭଇଷା ଏବଂ ଚୋରି ଲାପ୍ଟପ୍ କ୍ରୟ କରିଥିବା ସମ୍ବଲପୁର ମହୁଲିଆ ଗୋଛାପଡ଼ାର ଦେବେନ୍ଦ୍ର ଷଣ୍ଢଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଇଆଇସି ସାବିତ୍ରୀ ବଳଙ୍କ ନେତୃତ୍ୱରେ ଏସ୍ଆଇ ଏମ୍.ବାରା, ଏସ୍ଆଇ ପ୍ରଦ୍ୟୁମ୍ନ ସ୍ୱାଇଁ, ଏସ୍ଆଇ ରବିଶଙ୍କର ଭଇଁଷା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
ବ୍ୟାପକ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଜବତ:୨ ଲୁଟେରାଙ୍କ ସହ ୫ ଗିରଫ
/sambad/media/post_attachments/wp-content/uploads/2018/01/jhar-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)