ଝାରସୁଗୁଡ଼ା: ଝାରସୁଗୁଡ଼ା ନୂତନ ମୁଖ୍ୟ ଚିକତ୍ସାଳୟ ରାସ୍ତାରେ ଅପରାହ୍ଣ ପ୍ରାୟ ୪ଟାରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିଚର ଓରାମ(୪୫) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ବାଲିଜୋରି ଛତ୍ରିଆକଣ୍ଟା ବୋଲି ପୁଲିସ କହିଛି। ଶନିଚର ଓଏମ୍ପି ଆଡ଼ୁ ଘରକୁ ଫେରୁଥିବା ବେଳେ ମୁକ୍ତେଶ୍ବର ମନ୍ଦିର ସମ୍ମୁଖରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା କୁହାଯାଉଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ସଂକୀର୍ଣ୍ଣ ରାସ୍ତା ରାଜ୍ୟ ଓ ଜାତୀୟ ରାଜପଥର ବାଇପାସ୍ ରାସ୍ତା ଭାବରେ ବ୍ୟବହାର ହେଉଛି। ସବୁବେଳେ ଏହି ରାସ୍ତାରେ ହଜାର ହଜାର ଟ୍ରକ ଯାତାୟାତ କରୁଛି।
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2019/07/Ambulance_outside_West_Suffolk_Hospital_-_geograph_org_uk_-_545445.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)