ଝାରସୁଗୁଡା : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାଠାରେ ଯକ୍ଷ୍ମା (ଟିବି) ଉପରେ ସଚେତନତା ଅଭିଯାନର ଏକ ଶୃଙ୍ଖଳା ସମାପ୍ତ କରି ୧୩ଟି ଗାଁର ୩୫୦୦ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଂଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ‘ହଁ, ଆମେ ଟିବି ସମାପ୍ତ କରିପାରିବା' ଥିମ୍ ଅଧୀନରେ କମ୍ପାନୀର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଟିବିଉପରେ କୋଜୁଟିଭ୍ ପାଥୋଜେନ, ପରୀକ୍ଷା, ଔଷଧ ଏବଂ ଚିକିତ୍ସା, ଡାଏଟ୍ ଯୋଜନା ଏବଂ ପ୍ରଭାବିତଙ୍କ ପାଇଁ ସରକାରୀ ସୁବିଧା ଉପଲବ୍ଧ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ଏହି ଟିମ୍ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇସି) ସାମଗ୍ରୀକୁ ସ୍ଥାନୀୟ ଗୋଷ୍ଠୀଙ୍କ ପାଇଁ ଯକ୍ଷ୍ମା ଏବଂ ଏହାର ଚିକିତ୍ସା ପାଇଁ ଏକ ପ୍ରସ୍ତୁତ ହିସାବ ବଂଟନ କରିଥଲେ ।

Advertisment

‘ଟିବି ମୁକ୍ତ ଭାରତ’ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଦେଇ କମ୍ପାନୀ ଝାରସୁଗୁଡାରେ ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛି । ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ହେଉଛି ୨୦୨୫ ସୁଦ୍ଧା ଦେଶରୁ ଯକ୍ଷ୍ମା ଦୂର କରିବା ପାଇଁ ଭାରତ ସରକାରଙ୍କ ପଦକ୍ଷେପ । ଏହା ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିବା ପିଡିତାଙ୍କୁ ସହାୟତା କରିବାକୁ ଅନୁରୋଧ କରୁଛି । ଡିସେମ୍ବର ୨୦୨୨ ରୁ ମେ ୨୦୨୩ ପର୍ଯ୍ୟନ୍ତ ଜିଲ୍ଲାର ୩୫୦ରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପୁଷ୍ଟିକର ଏବଂ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ବେଦାନ୍ତ ପ୍ରତିଶ୍ରୁତି ଦେଇଛି ।

ଏହି ଅବସରରେ ଉଦବୋଧନ ଦେଇ  ବେଦାନ୍ତ ଝାରସୁଗୁଡାର ସିଇଓ ସୁନୀଲ ଗୁପ୍ତା କହିଛନ୍ତି, “ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମ୍ପ୍ରଦାୟର ସଚେତନତାକୁ ବୃଦ୍ଧି କରିବା ଏବଂ ଯକ୍ଷ୍ମା ସହିତ ଜଡିତ କଳଙ୍କ ଦୂର କରିବା ପାଇଁ ଲକ୍ଷ୍ୟ ରଖିଛୁ । ଗୋଷ୍ଠୀର ସ୍ୱାସ୍ଥ୍ୟ ଆମର ସାମାଜିକ ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଅଟେ, ଏବଂ ଆମେ ଜୀବନର ଗୁଣବତା ଉନ୍ନତି ପାଇଁ ସହାୟକ ହେବା ପାଇଁ ମୋବାଇଲ୍ ହେଲ୍ଥ ୟୁନିଟ୍ ଭଳି ପଦକ୍ଷେପକୁ ନିୟୋଜିତ କରିଛୁ । ସ୍ୱାସ୍ଥ୍ୟ ବ୍ୟତୀତ ଆମେ ନିରନ୍ତର ଜୀବିକା, ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମହିଳା ସଶକ୍ତୀକରଣ ଏବଂ ସମ୍ପ୍ରଦାୟର ଭିତିଭୂମି କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛୁ, ସ୍ଥାନୀୟ ସମ୍ପ୍ରଦାୟର ଜୀବନରେ ସାମାଜିକ ତଥା ଅର୍ଥନୈତିକ ପରିବର୍ତନ ଆଣିବାକୁ ଆମର ପ୍ରୟାସ ଜାରି ରହିଛି । ”

ଝାରସୁଗୁଡାରେ କମ୍ପାନୀର ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭୁଜରାଜ ପଟେଲ କହିଛନ୍ତି, “ଆମେ ସର୍ବଦା ଅନୁମାନ କରିଥିଲୁ ଯେ ଯକ୍ଷ୍ମା ଏକ ଅସାଧ୍ୟ ରୋଗ, ଏହାର ଚିକିତ୍ସା ବ୍ୟୟବହୁଳ ଅଟେ । କିନ୍ତୁ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଜାଣିବାକୁ ପାଇଲୁ ଯେ ଠିକ୍ ସମୟରେ ଚିକିତ୍ସା ଏବଂ ଉପଯୁକ୍ତ ଯତ୍ନ ଏହି ରୋଗକୁ ସମ୍ପୂର୍ଣ୍ଣ ରୂପେ ଭଲ କରିବାରେ ସାହାଯ୍ୟ କରିଥାଏ । ଆମ ଗ୍ରାମରେ କାର୍ଯ୍ୟକ୍ରମ ପରିଚାଳନା କରିଥିବାରୁ ମୁଁ ବେଦାନ୍ତକୁ ଧନ୍ୟବାଦ ଜଣାଉଛି । ”

ବେଦାନ୍ତ ଆଲୁମିନିୟମ୍ ଏହାର କାର୍ଯ୍ୟକ୍ଷେତ୍ରରେ ଏବଂ ଏହାର ଆଖପାଖରେ ମୌଳିକ ତଥା ବିଶେଷ ସ୍ୱାସ୍ଥ୍ୟ ସେବାଗୁଡିକର ଏକ ବ୍ୟାପକ ବିସ୍ତାର ପ୍ରଦାନ କରେ ଯେପରିକି:

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ : ଝାରସୁଗୁଡାର ଦୁର୍ଗମ ଗ୍ରାମାଂଚଳରେ ବାର୍ଷିକ ୫୪,୦୦୦ ରୁ ଅଧିକ ଲୋକ ଏବଂ କଳାହାଣ୍ଡି ଜିଲ୍ଲାର ୬୫ ରୁ ଅଧିକ ଗାଁର ୨୨୦୦୦ ରୁ ଅଧିକ ରୋଗୀଙ୍କୁ ନିୟମିତ ବ୍ୟବଧାନରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ମେଡିକାଲ୍ ୟୁନିଟ୍‌ଗୁଡିକୁ ପ୍ରସ୍ତୁତ କରାଯାଇଛି ।
ନନ୍ଦଘର: ବେଦାନ୍ତ ଆଲୁମିନିୟମ୍ ନିଜର ନନ୍ଦଘର ମାଧ୍ୟମରେ ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ନୂତନ ମା ମାନଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ।
• ସ୍ୱାସ୍ଥ୍ୟ ଶିବିର: କମ୍ପାନୀ ଝାରସୁଗୁଡା ଏବଂ ଲାଞ୍ଜିଗଡ଼ରେ ମେଗା ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥାଏ ଯେଉଁଥିରେ ଓଡିଶାର ଦୁର୍ଗମ ଅଂଚଳରେ ମାଗଣା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରୀ ଡାକ୍ତରଖାନାର ବିଶେଷଜ୍ଞ ତଥା କର୍ମଚାରୀମାନେ ରହିଥାନ୍ତି । ଲାଞ୍ଜିଗଡ଼ରେ ଥିବା ସ୍ୱାସ୍ଥ୍ୟ ଶିବିର ପଦକ୍ଷେପ କେବଳ ଆର୍ଥିକବର୍ଷ ୨୩ ରେ ୪୦୦୦ ରୁ ଅଧିକ ହିତାଧିକାରୀ ଥିଲେ ।
ପରିମଳ ଡ୍ରାଇଭ୍‌: ଗୋଷ୍ଠୀମାନଙ୍କରେ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ହାତ ଧୋଇବା ଭଳି ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ସ୍ୱଚ୍ଛତା ଏବଂ ପରିମଳ ଡ୍ରାଇଭ୍ ମଧ୍ୟ ଆୟୋଜନ କରିଥାଏ । କର୍ମଚାରୀ ସ୍ୱେଚ୍ଛାସେବୀମାନେ ନାଳ ଓ ରାସ୍ତାଘାଟ ସଫା କରିବା ସହିତ ସଂକ୍ରମଣକୁ ରୋକିବା ପାଇଁ ଗୋଷ୍ଠୀ ସଦସ୍ୟମାନଙ୍କ ସହିତ ମିଶି କାର୍ଯ୍ୟ କରିଥାନ୍ତି ।
ବେଦାନ୍ତ ହସ୍ପିଟାଲ, ଲାଞ୍ଜିଗଡ: ଲାଞ୍ଜିଗଡରେ ଥିବା ବେଦାନ୍ତ ଡାକ୍ତରଖାନା ବାର୍ଷିକ ୬୦,୦୦୦ ରୁ ଅଧିକ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଥାଏ ।
• ମୋତିଆବିନ୍ଦୁ ଅସ୍ତ୍ରୋପଚାର: ଲାଞ୍ଜିଗଡରେ ଆମର ଅପରେସନରେ, ଅଭାବୀ ଲୋକଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଯୋଗାଇ ଦିଆଯାଇଥାଏ ଯାହା ୨୨୦ ରୁ ଅଧିକ ଲୋକଙ୍କୁ ଆର୍ôଥକ ବର୍ଷ୨୩ରେ ଉନ୍ନତ ଦର୍ଶନ ହାସଲ କରିବାରେ ସାହାଯ୍ୟ କରିଛି ।

ବେଦାନ୍ତ ଲିମିଟେଡ୍‌ର ବେଦାନ୍ତ ଆଲୁମିନିୟମ୍ ହେଉଛି ଭାରତର ସର୍ବବୃହତ ଆଲୁମିନିୟମ୍ ଉତ୍ପାଦନକାରୀ ଯାହା ଭାରତର ଅଧାରୁ ଅଧିକ ଆଲୁମିନିୟମ୍ ଉତ୍ପାଦନ କରିଛି। ଅର୍ଥାତ ଆର୍ଥିକ ବର୍ଷ ୨୦୨୩ରେ ୨.୨୯ ନିୟୁତ ଟନ୍ ଉତ୍ପାଦନ କରିଛି ବେଦାନ୍ତ। ମୂଲ୍ୟ ଯୁକ୍ତ ଆଲୁମିନିୟମ୍ ଉତ୍ପାଦରେ ଏହା ହେଉଛି ଅଗ୍ରଣୀ ଯାହାକୁ ବିଭିନ୍ନ ମୌଳିକ ଶିଳ୍ପରେ ବ୍ୟବହାର କରାଯାଉଛି । ଆଲୁମିନିୟମ୍ ଶିଳ୍ପ ପାଇଁ ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍‌ଆଇ)ର ୨୦୨୨ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ବେଦାନ୍ତ ଦ୍ୱିତୀୟ ର‌୍ୟାଙ୍କ୍‌ରେ ରହିଛି ଯାହା ଏହାର ଦୀର୍ଘସ୍ଥାୟୀ ବିକାଶ ପଦ୍ଧତିର ଏକ ପ୍ରତିଫଳନ । ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ୍ ସ୍ମେଲଟର, ଆଲୁମିନା ବିଶୋଧନାଗାର ଓ ପାୱାର ପ୍ଲାଂଟ୍ ସହ ଏକ ସବୁଜ ଭବିଷ୍ୟତ ପାଇଁ “ଭବିଷ୍ୟତର ଧାତବ’ ଭାବେ ଆଲୁମିନିୟମର ଉଦୀୟମାନ ପ୍ରୟୋଗକୁ ବଢାଇବା ଲାଗି ରହିଥିବା ମିସନ୍‌କୁ କଂପାନି ପୂରଣ କରୁଛି ।