ବ୍ରଜରାଜନଗର: ଝାରସୁଗୁଡ଼ା ବ୍ଲକ ଲୁଇସିଂ ପଞ୍ଚାୟତ ବାରଖଣ୍ଡିଆ, ବଘିଆବେର୍ଣ୍ଣା, ଭୋଇମୁଣ୍ଡା, ନିକିତିମାଲ, ସାଇମାଲ ଓ ତିଲେଇମାଲ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଗୋଟିଏ ହାତୀ ପନିପରିବା ଓ ଧାନ ଫସଲ ନଷ୍ଟ କରିବା ସହ ବଘିଆବେର୍ଣ୍ଣା ଗାଁରେ ଜଣେ ମହିଳାଙ୍କୁ ଆକ୍ରମଣ କରି ମାରି ଦେଇଛି। ଏବେ ଗ୍ରାମବାସୀ ପାଳି କରି ଫସଲକୁ ସୁରକ୍ଷା ଦେବା ପାଇଁ ଜଗି ରହୁଛନ୍ତି। ସୁନ୍ଦରଗଡ଼ ବନାଞ୍ଚଳରୁ ଆସିଥିବା ଏହି ହାତୀଟି ଶୁକ୍ରବାର ସକାଳ ୫ଟା ସମୟରେ କନ୍ଦାକୁଡ଼ା ଦେଇ ରତାଖଣ୍ଡି ପଟେ ଯାଇଥିବା ବୋଲି ବ୍ରଜରାଜନଗର ରେଞ୍ଜର ହେମନ୍ତ ସାହୁ କହିଛନ୍ତି। ଯେଉଁମାନଙ୍କ ଫସଲ ନଷ୍ଟ ହୋଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଲୁଇସିଂରେ ବ୍ୟାପକ ପରିବା ଚାଷ ନଷ୍ଟ
/sambad/media/post_attachments/wp-content/uploads/2018/12/jharsu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)