ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ : ବ୍ରଜରାଜନଗର ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢଉ

ବ୍ରଜରାଜନଗର : ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ଘରେ ଆଜି ଭିଜିଲାନ୍ସ ଚଢଉ ହୋଇଛି । ଏକ ସମୟରେ ୬ଟି ସ୍ଥାନରେ ଏହି ଚଢଉ କରାଯାଇଛି । ଚଢଉ କରାଯାଇଥିବା ସ୍ଥାନ ମଧ୍ୟରେ ରହିଛି ତାଙ୍କର ସରକାରୀ କ୍ୱାଟର୍ସ, ଅଫିସ, ବେଲମୁୁଣ୍ଡା ପୈତୃକ ଘର,ଶ୍ୱଶୂର ଘର ।

ସମ୍ବଲପୁର ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ଜଜଙ୍କ ସର୍ଚ୍ଚ ୱାରେଣ୍ଟ ଏବଂ ଭିଜିଲାନ୍ସ ଏସ ପିଙ୍କ ନିର୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଛି। ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ , ବ୍ରଜରାଜନଗର ମୁନିସିପାଳିଟି କଲୋନୀ ରେ ଥିବା ତାଙ୍କ ସରକାରୀ ଘର, ଅଫିସ, ପୈତୃକ ଘର ସୁନ୍ଦରଗଡ ଜିଲ୍ଲା ବେଲମୁଣ୍ଡା ଓ ନିଜ ଗାଁ କାଳୁଵାହାଲ ଘରେ ଏକାସାଙ୍ଗରେ ଚଢ଼ାଉ ଚାଲିଛି। ଏଥିରେ ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼ ଓ ଝରସୁଗୁଡ଼ାର ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ସାମିଲ ଅଛନ୍ତି। ତାଙ୍କ ସମ୍ପତ୍ତି, ବିଭିନ୍ନ କାଗଜପତ୍ର ଓ ନଗଦ ଯାଞ୍ଚ କରା ଯାଉଥିବା ବେଳେ ପରେ ସବିଶେଷ ତଥ୍ୟ ଜଣ ପଡିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର