ଝାରସୁଗୁଡ଼ା: ଜମି କିଣାକୁ କେନ୍ଦ୍ର କରି ୨ ଜଣ ଯୁବକ ବୁଧବାର ସନ୍ଧ୍ୟାରେ ଜଣେ ବିଧବା ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି। ପୂର୍ବରୁ ପିତାଙ୍କୁ ହରାଇଥିବା ମାନସିକ ରୂପେ ଅନଗ୍ରସର ୨ ଯୁବ ଭାଇ-ଭଉଣୀ ମା’ ଛେଉଣ୍ଡ ହେବା ପରେ ବାଉଳି ହୋଇ କାନ୍ଦୁଛନ୍ତି। ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନା ଅନ୍ତର୍ଗତ ଜାମକାନୀ ଗାଁର ଘଟଣାକୁ ନେଇ ସନ୍ଦେହ ହେବାରୁ ପୁଲିସ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏହା ଲୋକଲୋଚନକୁ ଆସିଛି।
/sambad/media/post_attachments/wp-content/uploads/2018/08/jsg-1024x576.jpg)
ପଞ୍ଚପଡ଼ା ଗାଁର ଅଜୟ ବେହେରା ଓ ବଡ଼ମାଳ ଥାନା ଅନ୍ତର୍ଗତ ହୀରମା ଗାଁର ତା’ର ସହଯୋଗୀ ରମାକାନ୍ତ ପ୍ରଧାନ ବୁଧବାର ସନ୍ଧ୍ୟା ୫ଟାରେ ଜାମକାନୀ ଗାଁର ବରିଷ୍ଠ ମହିଳା ଫୁଲ ନାଏକଙ୍କୁ ବାଇକ(ଓଡି ୨୩ ଏଫ୍ ୫୯୩୦)ରେ ବସାଇ ନେଇ ଯାଇଥିଲେ। ଗାଁ ଠାରୁ ଦୂରରେ ଥିବା ଏକ ସିମେଣ୍ଟ କାରଖାନା ନିକଟରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ସେଠରୁ ନେଇ ମୁଖ୍ୟ ରାସ୍ତା କଡ଼ରେ ପକାଇ ଦୁର୍ଘଟଣାର ରୂପ ଦେଇଥିଲେ। ତା’ ପୂର୍ବରୁ ଅଭିଯୁକ୍ତ ଅଜୟ ଓ ରମାକାନ୍ତ ମହିଳାଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ମୃତଦେହକୁ ଯେଉଁ ରାସ୍ତାରେ ପକାଇ ଦେଇଥିଲେ, ତା’ର ନିକଟରେ ନିଜେ ଖଣ୍ଡିଆ ହୋଇ ରମାକାନ୍ତ ପଡ଼ି ରହିଥିଲା। ଏଣେ ହତ୍ୟାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଅଜୟ ଯାଇ ପୁଲିସକୁ ସୂଚନା ଦେଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ସମେତ ଅଜୟ ଓ ରମାକାନ୍ତକୁ ଥାନାକୁ ନେଇ ଯାଇଥିଲା। ପଚରା ଉଚରା ବେଳେ ଉଭୟଙ୍କ ଶରୀର ଥରିବାରୁ ସେମାନଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ପରେ ସେମାନେ ହତ୍ୟା କରିଥିବା ମାନି ଥିଲେ। ପୁଲିସ ଅଭିଯୁକ୍ତ ଦ୍ୱୟଙ୍କୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି।
ହତ୍ୟାକାଣ୍ଡର କାରଣ
ଅଭିଯୁକ୍ତ ଅଜୟ ବେହେରାଙ୍କ କହିବା ଅନୁସାରେ ସେ ଫୁଲ ନାଏକଙ୍କ ସ୍ୱାମୀ ନରୋତ୍ତମ ନାଏକଙ୍କୁ କିଛି ବର୍ଷ ତଳେ ଜମି କିଣିବା ପାଇଁ ୪ ଲକ୍ଷ ଟଙ୍କା ଦେଇଥିଲେ। ପ୍ରାୟ ଦେଢ଼ ବର୍ଷ ହେବ ନରୋତ୍ତମଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିଲେ ମଧ୍ୟ ଅଜୟଙ୍କୁ ଜମି ମିଳି ପାରି ନଥିଲା। ଫଳରେ ନିଜ ନାଁରେ ଜମି କରିବା ପାଇଁ ସେ ଅନେକ ଥର ଫୁଲକୁ କହିଥିଲେ। ବାରମ୍ବାର କହିବା ସତ୍ତ୍ୱେ ବି ଜମି ନ ମିଳିବାରୁ ବୁଧବାର ସନ୍ଧ୍ୟାରେ ସେ ନିଜ ସହଯୋଗୀଙ୍କ ସହିତ ଫୁଲ ନାଏକଙ୍କ ନିକଟକୁ ଯାଇଥିଲେ। ମା’କୁ ଟିକେ ବୁଝାସୁଝା କରିବା ପାଇଁ ଅଜୟ କହିଥିଲେ। ପୂର୍ବ ଯୋଜନା ଅନୁସାରେ ୨ ଅଭିଯୁକ୍ତ ସିମେଣ୍ଟ କାରଖାନା ନିକଟରେ ବିଧବା ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ମା’ଙ୍କୁ ହରାଇବା ପରେ ବର୍ତ୍ତମାନ ମାନସିକ ଅନଗ୍ରସର ସରୋଜ(୨୪) ଓ ଦିପ୍ତୀ(୨୦)ଙ୍କ ସାହାଭରସା ହେବା ପାଇଁ କେହି ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/murder-rep-fresh-759.jpg)